
୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଏସିଆର ବୃହତମ ଶାଗୁଆନ ଜଙ୍ଗଲ ଭାବେ ପରିଚିତ ବରବରା l ଏହି ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖାରିଆ ପଲ୍ଲୀ ବିଟ ଅଂଚଳରେ ଏକ 35 ବର୍ଷୀୟ ବିରାଟ ଦନ୍ତା ହାତୀର ମୃତ୍ୟୁ ହୋଇଛି | ମୃତ୍ୟୁର କାରଣ ଜଣାପଡ଼ିନାହିଁ | ଜଙ୍ଗଲ ବିଭାଗ ପକ୍ଷରୁ ଏହି ହାତୀକୁ ଟ୍ରାକ କରା ଯାଉଥିଲା | ଗତକାଲି ରାତିରେ ମୃତ୍ୟୁ ହୋଇଥିବା ଓ ଆଜି ସକାଳୁ ଜଣା ପଡିଲା | ଘଟଣା ସ୍ଥଳରେ ଡ଼ିଏଫଓ ଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଅଛନ୍ତି | ବ୍ୟବଚ୍ଛେଦ ହେବାପରେ ମୃତ୍ୟର କାରଣ ଜଣା ପଡିବ ବୋଲି ଡ଼ିଏଫଓ କହିଛନ୍ତି l
