
୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :- ଫୁଲନଖର। ନିଆଳି ମାଧବ ୬୦ ନମ୍ବର ରାଜ୍ୟରାଜପଥର ନିଆଳି ନୂଆଗାଁ ଛକ ଠାରେ ସ୍କୁଲକୁ ଆଜି ସକାଳେ ଜଣେ ଛାତ୍ରୀ ଯାଉଥିବା ବେଳେ ଏକ ଦାନା ବୋଝେଇ ପିକ ଅପ ଭ୍ୟାନ ଛାତ୍ରୀ ଉପରେ ଚଢ଼ିଗଲା , ଯାହାକି ଛାତ୍ରୀ ଜଣକ ରକ୍ତାକ୍ତ ଭାବେ ଗୁରୁତର ଅବସ୍ଥା ହେବାରୁ ତାକୁ ନିଆଳି ମେଡିକାଲରେ ଭର୍ତି କରାଯାଇଥିଲା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଅଞ୍ଚଳର ଗୁରୁତର ଛାତ୍ରୀ ଜଣକ ହେଉଛନ୍ତି ସୁଚିତ୍ରା ଭୋଇ ,, ଏହି ଛକ ସ୍ଥାନଟି ମଧ୍ଯ ଦେଇ ନିକଟରେ ଥିବା school ,କଲେଜକୁ ପିଲାମାନେ ପାଠ ପଢିବାକୁ ଯାଇଥାଆନ୍ତି , ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଛକ ନିକଟରେ ଏକ ହମ୍ପସ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ମାନେ ଦାବୀ କରିଆସୁଥିଲେ ମଧ୍ଯ ପ୍ରଶାସନ ଶୁଣୁ ନାହାନ୍ତି । ଘଟଣା ସ୍ଥଳରେ ଉତେକ୍ତ ଲୋକେ ପହଞ୍ଚି ହୋ ହାଲ୍ଲା କରିବା ସହ ଭ୍ୟାନ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ନିଆଳି ପୋଲିସ ପହଞ୍ଚି ପିକ ଭ୍ୟାନ କୁ ଜବତ କରିଛି. ନୂଆଗାଁ ଛକରେ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏକ ହମ୍ପସ ନିର୍ମାଣ କରି ପାଇଁ ସ୍କୁଲ୍ ଏବଂ କଲେଜ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ଦାବୀ କରାଯାଇଅଛି। ଛାତ୍ରୀଙ୍କ ପରିବାର ଲୋକ ଗରୀବ ହୋଇଥିବାରୁ ତାଙ୍କୁ ତୁରନ୍ତ ଅର୍ଥ ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

