ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ)ଆର,ଉଦୟଗିରି :- ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲାଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ଆରାଧନାରେ ସାମିଲ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଧ୍ୟାନ କରିବା ସହ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ୮ ଦିନ ଧରି ଚାଲିଥିବା ଅଭିଷେକ ଉତ୍ସବର ଆଜି ଥିଲା ଶେଷ ଦିନ। ଏହି ଅବସରରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଅଭିଷେକ ପୂଜାର୍ଚ୍ଚନାରେ ଦେଶ ବିଦେଶରୁ ୨ ହଜାରରୁ ଅଧିକ ଉପାସକ ସାମିଲ ହୋଇଥିଲେ। ଏଠାରେ ରହୁଥିବା ତୀବତୀୟଙ୍କ ଲାଗି ରାସନ କାର୍ଡ, ଭୋଟର କାର୍ଡ ସହ ଭତ୍ତା ପ୍ରଦାନ ସୁବିଧା କରିଛନ୍ତି ସରକାର। ଏଥିଲାଗି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୌଦ୍ଧ ବିହାର କର୍ତ୍ତୃପକ୍ଷ।

Exit mobile version