Home ଓଡ଼ିଶା ସଂସ୍କୃତ ଶିବିର ଉଦଯାପିତ ନୂଆଗାଁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡା ପଂଚାୟତର ମୀନକେତନ ସ୍ମାରକୀ ସଂସ୍କୃତ ଡିଗ୍ରୀ କଲେଜ ମଧ୍ୟରେ ସଂସ୍କୃତ ପ୍ରଶିକ୍ଷଣ ପ୍ରଶିକ୍ଷଣ ଶିବିର ଆଜି ଶେଷ ହୋଇଯାଇଛି । ଅନୁଷ୍ଠାନିକ ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତ ଲକ୍ଷ୍ମୀନାରାୟଣ ପଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ଅନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜୋଲନ କରି ସଭା ଆରମ୍ଭ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ଦ୍ଵାରା ଶ୍ଳୋକ ଆବୃତି ସହିତ ଅତିଥି ମାନଙ୍କୁ ସ୍ଵଗତ କରଯାଇଥିଲା । ମହାବିଦ୍ୟାଳୟର ଅଧକ୍ଷ ତଥା ଶିବିରର ପରିଚାଳକ ମୁଖ୍ୟ ସଭାପତିତ୍ଵ କରିଥିଲେ । ଉକ୍ତ ଶିବିରରେ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ,ଓଡିଆ ବିଭାଗ ,ଅର୍ଚନା ଦାସ ,ସଂସ୍କୃତ ବ୍ଯାକରଣ ବିଭାଗ ଓ ଦିଲୀପ ପ୍ରଧାନ ,ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟାପକ ଶ୍ରୀ ପ୍ରଧାନ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷାର ର ଆବଶ୍ୟକତା ଓ ଶୃଙ୍ଖଳତା ସମ୍ବନ୍ଧେ ଉପସ୍ଥାପନ କରିଥିଲେ । ଯଦି ଆମେ ନିଜେ ନିଜକୁ ଭଲ ପାଇବା ତା ହେଲେ ଜୀବନରେ ନିଶ୍ଚୟ ସଫଳତା ଅର୍ଜନ କରିବା । ଛାତ୍ର ଛାତ୍ରୀ ମାନେ ଶିବିରର ଆବଶ୍ୟକତା ଓ ଅନୁଭୂତି କୁବାକ୍ଷା କରିଥିଲେ । ଶେଷରେ ପ୍ରଶିକ୍ଷକ ପଦ୍ମଚରଣ ସାହୁ ସଂସ୍କୃତ ଭାଷାର ଆବଶ୍ୟକତା କୁ ଅତି ସୁନ୍ଦର ଭାଷାରେ ବୁଝାଇଥିଲେ । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନାଟକ ଓ ନୃତ୍ୟ କରଯାଇଥିଲା ।ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026