ଡ଼ଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ “କଠିନ ପରିଶ୍ରମ ହିଁ ସଫଳତା ଆଣିଥାଏ “

୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :-> ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏକମାତ୍ର ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡମଶାଳର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଷଢଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୁବନ ବ୍ଲକ ଶିକ୍ଷା ଅଧିକାରୀ ଆଦୈତ କୁମାର ସାମଲ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତା ଆଣିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ନାନିତ ଅତିଥି ଭାବେ ସହ ଶିକ୍ଷାଅଧିକାରିଣୀ ରାଜଲକ୍ଷ୍ମୀ ଟୁଡୁ, ତାରିଣିପଶି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ସେଠୀ,କାନ୍ତୋଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରି ରଣା, ସ୍କୁଲ କମିଟି ଚେୟାରମ୍ୟାନ ରିପୁନ କୁମାର ଷଣ୍ଢ, ସି ଆର ସି ସି ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ l ପ୍ରଥମେ ମହାପ୍ରଭୁଙ୍କ ନିକଟରେ ପ୍ରଦ୍ବୀପ ପ୍ରହ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା l

ବିଦ୍ୟାଳୟ ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ତର୍ଜାତୀୟ ଫୁଟବଲ ଚୟନ ଖେଳକୁ ଆଣ୍ଡାମାନ ନିକୋବର ଯାଇ ସ୍କୁଲର ନାମକୁ ରାଜ୍ୟ ତଥା ଦେଶବିଦେଶରେ ପରିଚୟ ଦେଇଥବା ବିଦ୍ୟାଳୟର ନବମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଓମ ପ୍ରକାଶ ହେମ୍ବ୍ରମକୁ ସ୍ୱତନ୍ତ୍ର ଭାବେ ସମ୍ନାନିତ କରାଯାଇଥିଲା l ବିଦ୍ୟାଳୟର ଛାତ୍ରୀ ଓ ଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Exit mobile version