୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> କମିଶନରେଟ ପୋଲିସର କଟକ ଡିସିପି ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି କନୱର ବିଶାଲ ସିଂହ । ଶ୍ରୀ ସିଂହଙ୍କୁ ବିଭାଗ ପକ୍ଷରୁ ଗାର୍ଡ଼ ଅଫ ଅନର ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ୨୦୧୦ ବ୍ୟାଚର ଆଇପିଏସ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ଶ୍ରୀ ସିଂହ ଏହା ପୂର୍ବରୁ ପୁରୀ ଏସିପି ଭାବେ ଦକ୍ଷତାର ସହ କାର୍ଯ୍ୟକରି ଜନସାଧାରଣର ପ୍ରିୟଭାଜନ ହୋଇପାରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଏବଂ କଟକର ଦଶହରା, କାଳୀପୂଜା ଏବଂ ବାଲିଯାତ୍ରା ଥିବାରୁ ଏହାକୁ ସୂଚାରୁ ରୂପେ କାର୍ଯ୍ୟ କରି ପାରିବେ ବୋଲି ସୂଚନା ଦେଇଥିଲେ ।
କଟକ ଭାଇଚାରର ସହର ହୋଇଥିବାରୁ ସମସ୍ତଙ୍କର ସହଯୋଗ ରହିଛି । ତେଣୁ କାର୍ଯ୍ୟ କରିବାକୁ ତାଙ୍କୁ କୌଣସି ସମସ୍ୟା ହେବନାହିଁ ବୋଲି କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ଡିସିପି ଶ୍ରୀ ସିଂହ କହିଛନ୍ତି ।
