Home ଓଡ଼ିଶା ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଚଞ୍ଚଳ ରାଣା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା :- ଆଜି ଯୁବ ଆଇଏଏସ ଅଧିକାରୀ ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାଣା। ଶ୍ରୀ ରାଣା ଏହା ପୁର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ।୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଙ୍ଗ ଭାବେ ବଲାଙ୍ଗୀରରେ ଯୋଗଦେବା ପରେ ଉକ୍ତ ଜିଲ୍ଲା ଏକାଧିକ ସଫଳତା ହାସିଲ କରିପାରିଛି। ଏପରିକି ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଶ୍ରୀ ରାଣା ଅନ୍ୟତମ ଜିଲ୍ଲାପାଳ ଥିଲେ ଯାହାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆ ଦିଲ୍ଲୀରେ ପୁରସ୍କୃତ କରିଥିଲେ। ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ ଖୋର୍ଦ୍ଧା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଗୋ ଚାଲାଣ ରୋକିବା, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।ଆଜି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱର ମାଇନର ମିନେରାଲ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026