୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲା ସ୍ୱାଭିମାନ ମଞ୍ଚ ତଥା ବିଧାୟକ ବିରୋଧୀ ଗୋଷ୍ଠୀ ଆଜି ସଂକଳ୍ପ ସମାବେଶ କରି ରଣହୁଙ୍କାର ଦେଇଛି l ମଞ୍ଚର ଆବାହକ ତଥା ବିଜେଡିର ପୂର୍ବତନ ଜିଲ୍ଲା ଉପ – ସଭାପତି ପ୍ରଦୋଷ କୁମାର ଜେନାଙ୍କ ନେତୃତ୍ୱରେ ବିଧାୟକ ବିରୋଧୀ ଗୋଷ୍ଠୀ ଏକ ବିରାଟ ସଂକଳ୍ପ ସମାବେଶ କରିଛନ୍ତି l ବିଜେଡିର ହଜାର ହଜାର କର୍ମୀ ସ୍ଥାନୀୟ ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ଥାନୀୟ ନେତାଜୀ ପଡିଆରେ ପହଞ୍ଚିଥିଲେ l
ବିଜେଡି ଜିନ୍ଦାବାଦ, ନବୀନ ଜିନ୍ଦାବାଦ ନାରାରେ ପୁରା ସହର ଦୁଲୁକିଥିଲା l ନେତାଜୀ ପଡିଆରେ ବିଜେଡିର ହଜାର ହଜାର କର୍ମୀଙ୍କୁ ନେଇ ବିଧାୟକ ବିରୋଧୀ ଗୋଷ୍ଠୀ ସଂକଳ୍ପ ସମାବେଶ କରିଥିଲେ l ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ନୂତନ ନେତୃତ୍ୱ ଆଣି ବିକାଶ ଧାରାକୁ ଆଗେଇ ନେବା ପାଇଁ ନେତୃତ୍ୱମାନେ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ସରପଞ୍ଚ ସଂଜୟ କୁମାର ପଟ୍ଟନାୟକ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, କାଉନସିଲରଙ୍କ ସହିତ ବହୁ ଆଗ ଧାଡ଼ିର ବିଜେଡି କର୍ମୀମାନେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକର ପ୍ରତି ପଞ୍ଚାୟତରୁ ଶହଶହ ସଂଖ୍ୟାରେ ଲୋକମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଏହି ବିଶାଳ ଶୋଭାଯାତ୍ରା ଓ ସମାବେଶ କୁ ଦେଖି ବିଧାୟକ କଂ ସମର୍ଥୀତ ଗୋଷ୍ଠୀଙ୍କର ଦୃଦକମ୍ପ ହେଉଥିବା ଶୁଣିବାକୁ ମିଳୁଛି ।

