ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେମୃତ,ଜଣେ ଗୁରୁତର

୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଆଜି ଭୋର୍ ସମୟରେ ଦଶପଲ୍ଲା – ଗଣିଆ ରାସ୍ତାର ଡିହଗାଁ ଛକ ନିକଟରେ ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆ ଙ୍କୁ ଧକ୍କା ଦେଇଥିଲା ।ଫଳରେ ଜଣେ କବାଡିଆ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବାବେଳେ ଅନ୍ୟଜଣେ ଗୁରୁତର ଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଓ ଦଶପଲ୍ଲା ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେସେଠୀ ଗୁରୁତର ଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।ଅନ୍ୟପକ୍ଷରେ କିଭଳି ଭାବରେ ମୃତକ ଓ ଗୁରୁତର ଙ୍କୁ ସହାୟତା ମିଳିବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର୍ ଧରିଛି।

Exit mobile version