Home ଓଡ଼ିଶା ଘସିଏନ ରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମାତୃଶକ୍ତି ହିଁ ମୋର ଚଳାପଥ କୁ ସଫଳ କରିବ : ବିଧାୟକ ସରୋଜ ୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ଼ :- ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଘସିଏନ ଖେଳପଡିଆ ଠାରେ ବିଜୁଜନତା ଦଳ ପକ୍ଷରୁ ୧୪ ନମ୍ବର ଜୋନ ସ୍ତରୀୟ ବିରାଟ ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାବେଶ ରେ ସରକାରୀ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ମହିଲା କର୍ମୀ ସମାବେଶ ରେ ୧୧ ଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ/ ସଭ୍ୟା ,ଜୋନ ନ୧୪ ଜିଲ୍ଲାପରିଷଦ ସଭ୍ୟା ବିଶେଶ୍ଵରୀ ବରିହା ,ବ୍ଳକ ଚେୟାରମ୍ୟାନ୍ ନିଳକାନ୍ତ ବାଗ ,ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ,ବିଧାୟକ ଙ୍କ ପାଟଣାଗଡ଼ ନୋମିନୀ ହୀମାଞ୍ଚଳ ପ୍ରଧାନ ,ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାୟ ୧୨ ହଜାର ରୁ ଅଧିକ ମହିଲା କର୍ମୀ ଯୋଗଦେଇଥିବା ବେଳେ ଡାଙ୍ଗବାହାଲ ସରପଞ୍ଚ ରିନା ସାହୁ ଙ୍କ ସହ ୧୦୦ ଜଣ ମହିଲା ପୁରୁଷ କର୍ମୀ ବିଜେଡି ଦଳ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମେହେର ସମସ୍ତ ଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିଥିଲେ । ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ମହିଲା ସଶକ୍ତିକରଣ ପାଇଁ ବିଭିନ୍ନ ଜନ ହିତକର ଯୋଜନା କାର୍ଯ୍ୟକାରିତା ଉପରେ ଉଦବୋଧନ ଦେଇଥିଲେ । ମାତୃଶକ୍ତି ହିଁ ମୋର ଚଳାପଥ କୁ ସଫଳ କରିବ ବୋଲି ସମସ୍ତ ମହିଳା କର୍ମୀ ଙ୍କ ଠାରୁ ଆର୍ଶୀବାଦ ଭିକ୍ଷା ପ୍ରାର୍ଥନା କରିଥିଲେ । ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର ଙ୍କ ଉପସ୍ଥିତି ଓ ଅରକ୍ଷିତ ଦଣ୍ଡସେନା ଙ୍କ ତତ୍ତା ବଧାନ ରେ ଫାଟାମୁଣ୍ଡା ପଞ୍ଚାୟତ ଲଣଙ୍ଗାଭଟା ହରିଜନ ବସ୍ତି ରେ ନବିନ ପଟ୍ଟନାୟକ ଙ୍କ ଯୋଜନା ଓ ବିଧାୟକ ଶ୍ରୀ ମେହେର କାର୍ଯ୍ୟଧାରା ରେ ଅନୁପ୍ରାଣିତ ହୋଇ ହରିଜନ ପଡ଼ାର ୧୦୦ ଜଣ ରୁ ଉର୍ଦ୍ଧ ମହିଲା ପୁରୁଷ ଆଜି ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କୁ ପାଟଣାଗଡ଼ ବ୍ଳକ ସମିତି ସଭ୍ୟ ସଂଘ ସଭାପତି ତଥା ତମିଆଁ ପଞ୍ଚାୟତ ସମିତି ସଭ୍ୟ ଗୋବିନ୍ଦ ମେହେର ପରିଚାଳନା କରିଥିଲେ । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026 ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ by Proprietor Abhimanyu Maharana June 22, 2026