Home ଓଡ଼ିଶା ଦାଦନଙ୍କ ଦୁଃଖ ଟ୍ରେନରୁ ଖସି ମୃତ୍ୟୁ ବେସାହାରା ହେଲେ ସ୍ତ୍ରୀ ଓ ୩ ସନ୍ତାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :- ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କାମ ଧନ୍ଦା ଠିକ ଭାବେ ମିଳୁନଥିବା ଯୋଗୁଁ ଏଠାକାର ଶ୍ରମିକ ଶ୍ରେଣୀର ଲୋକମାନେ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି. ରାଜ୍ୟ ବାହାରେ ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟରେ ନିୟୋଜିତ ହେବାବେଳେ ଦଲାଲ ଓ ଠିକାଦାରଙ୍କ ଶୋଷଣ ଓ ନିର୍ଯାତନାରେ ସଢ଼ିବା ସହ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବହୁ ନଜର ରହିଛି. ବର୍ତ୍ତମାନ ଗଜପତି ଜିଲ୍ଲାରୁ ସୁଦୂର ଗୋଆରେ ଦାଦନ ଖଟିବାକୁ ଯାଉଥିବାବେଳେ ଟ୍ରେନରୁ ଖସି ଜଣେ ନିରୀହ ଶ୍ରମିକଙ୍କ ମୃତ୍ୟୁ ଘଟିଛି. ଏହି ଶ୍ରମିକଙ୍କ ଏଭଳି ଅକାଳ ବିୟୋଗ ଯୋଗୁଁ ତାଙ୍କର ସ୍ତ୍ରୀ ଓ ତିନି ଜଣ ସନ୍ତାନ ବେସାହାର ହୋଇଯାଇଛନ୍ତି.ଏମାନେ କିଭଳି ବଞ୍ଚି ରହିବେ ଓ ସେମାନଙ୍କ ପେଟ ପାଟଣା ପାଇଁ କିଏ ଦାୟିତ୍ୱ ନେବ ସେନେଇ ଉଠିଛି ପ୍ରଶ୍ନ. ଘଟଣାରୁ ପ୍ରକାଶ, ରୋଜଗାର କରିବା ପାଇଁ ଘରେ କେହି ମୂରବୀ ନଥିଲେ କେମିତି ବଞ୍ଚିବେ ତାହା ଏକ ପ୍ରକାର କଷ୍ଟସାଧ୍ୟ ହୋଇଥାଏ। ଯାହାକି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ବୋରୀଗୁଡା ଗ୍ରାମରେ । ଗ୍ରାମର ନାକୁ ମଳିକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଗଲାବେଳେ ଟ୍ରେନରୁ ପଡ଼ିଯାଇ ତାଙ୍କରି ମୃତ୍ୟୁ ହୋଇଥିଲା। ଏବେ ବେସାହାରା ହୋଇପଡ଼ିଛି ପୁରା ପରିବାର। ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ଗରୀବ ହେଲେ ବି ବେଶ ଖୁସିରେ ଥିଲେ ଉଭୟ ସ୍ବାମୀ ସ୍ତ୍ରୀ I ହେଲେ ପରିବାରରେ ଆର୍ଥକଅନଟନ ଲାଗି ରହିବା ସାଙ୍ଗକୁ ଗାଁ ରେ କୌଣସି କାମ ମିଳିନଥିଲା । ଫଳରେ ବାହାର ରାଜ୍ୟ ଗୋଆ ଚାଲିଲେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ସ୍ବାମୀ ନା ହେଲେ ନାକୁ ମଳିକ ଦାଦନ ଶ୍ରମିକ ଭାବେ ଯିବା ବେଳେ ଟ୍ରେନ୍ରୁ ପଡ଼ି ମୃତ୍ୟୁ ହୋଇଥିଲା। ଯାହା ଫଳରେ ବର୍ତମାନଏହି ପରିବାରକୁ ଆହା କହିବା ପାଇଁ କେହି ନାହାଁନ୍ତି । ବିଧବା ସ୍ତ୍ରୀ ରେଖା ନିଜ ଗ୍ରାମରେ କୁଲି ମଜୁରୀ କରିବା ସହ ଜଙ୍ଗଲରୁ କାଠ ହାଣି ନିଜ ପରିବାର ପରିପୋଷଣ କରୁଛନ୍ତି ବୋଲି ପ୍ରକାଶ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ ତେବେ ସ୍ତ୍ରୀ ରେଖାଙ୍କ ପାଁଇ ତିନୋଟି ଛୁଆଙ୍କୁ ନେଇ ପରିବାର ଚଳାଇବା ବହୁତ କଷ୍ଟକର ହେଉଛି। ଅନ୍ୟପଟେ ଟ୍ରେନ୍ରୁ ପଡ଼ି ମୃତ୍ୟୁବରଣ କରିଥିବା ତାଙ୍କ ସ୍ୱାମୀ ନାଜୁ ମଳିକଙ୍କୁ ରେଳ ବିଭାଗ ପକ୍ଷରୁ କୌଣସି ଆର୍ଥିକ ଅନୁଦାନ ମିଳିନାହିଁ. ଜିଲ୍ଲା ପ୍ରଶାସନ ଓ ସରକାର ତାଙ୍କ ପରିବାର ପ୍ରତି ସଦେୟ ହୋଇ ସମସ୍ତ ସରକାରୀ ସହାୟତା ଯୋଗାଇବା ସହ ରେଳ ବିଭାଗ ତରଫରୁ କିପରି କ୍ଷତିପୂରଣ ମିଳିବ ସେଥିପାଇଁ ସରକାର ସାହାର୍ଯ୍ୟ କରନ୍ତୁ ବୋଲି ମୃତ ଶ୍ରମିକଙ୍କ ସ୍ତ୍ରୀ ନିବେଦନ କରିଛନ୍ତି.। Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026