Home ଓଡ଼ିଶା କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଳାହାଣ୍ଡି :-> ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ହାଇସ୍କୁଲକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଡୁମେର ବାହାଲ ସ୍ଥିତ ଧନୁର୍ଜୟ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଶିବାଜି ମାଝୀ ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ।ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ସରକାର ୫ ଟି ଯୋଜନା ମାଧ୍ୟମରେ ବିଭିନ୍ନ ସ୍କୁଲକୁ ରୂପାନ୍ତରି କରୁଛନ୍ତି। ଏଥିସହ ଡିଜିଟାଲ କ୍ଳାସ ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଭବାନୀପାଟଣା ବ୍ଲକର ୪ ଟି ସ୍କୁଲ, ଧର୍ମଗଡ଼ ବ୍ଳକର ୫ ଟି ସ୍କୁଲ , ଗୋଲାମୁଣ୍ଡା ବ୍ଲକର ୭ ଟି ସ୍କୁଲ, ଜୟପାଟଣା ବ୍ଲକର ୭ ଟି ସ୍କୁଲ, ଜୁନାଗଡ଼ ବ୍ଲକର ୧୧ ଟି ସ୍କୁଲ , କଲମପୁର ବ୍ଲକ ର ୩ ଟି ସ୍କୁଲ, କର୍ଲାମୁଣ୍ଡା ବ୍ଲକର ୨ ଟି ସ୍କୁଲ, କେସିଙ୍ଗା ବ୍ଲକର ୮ ଟି ସ୍କୁଲ, କୋକସରା ବ୍ଲକର ୫ ଟି ସ୍କୁଲ, ଲାଞ୍ଜିଗଡ଼ ବ୍ଳକର ୬ଟି ସ୍କୁଲ, ମଦନପୁର ରାମପୁର ବ୍ଲକର ୪ ଟି ସ୍କୁଲ , ନର୍ଲା ବ୍ଳକର ୬ ଟି ସ୍କୁଲ ଓ ଥୁଆମୂଳ ରାମପୁର ଭଳି ଉପାନ୍ତ ଇଲାକାରେ ୫ ଟି ସ୍କୁଲର ରୂପାନ୍ତିକରଣ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇବା ଉଲ୍ଲେଖ ସହ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନରେ ୫ଟି ନୀତି କୁ ଗ୍ରହଣ,ସବୁ କ୍ଷେତ୍ରରେ ସାଧୁତା,ସମୟର ଠିକ୍ ଉପଯୋଗ ଉପରେ ପରାମର୍ଶ ଦେଇଥିଲେ। ଲୋକାର୍ପଣ ଅବସରରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକିଏନ ପାଣ୍ଡିଆନ ଧନୁର୍ଜୟ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଆଶା ମାଝୀଙ୍କ ସହ ଆଲୋଚନା କରି ନିଜ ଭବିଷ୍ୟତକୁ କିଭଳି ଗଢି ତୋଳିବେ ତାହା ପଚାରି ବୁଝିବା ସହ ରୂପାନ୍ତରିତ ହୋଇଥିବା ସ୍କୁଲକୁ ନେଇ ପ୍ରତିକ୍ରିୟା ପଚାରି ବୁଝିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ୩ ୟ ପର୍ଯ୍ୟାୟ ସୁଦ୍ଧା ୨୪୪ ଟି ରୂପାନ୍ତରଣ କାର୍ଯ୍ୟ ସମାପ୍ତ ପରେ ଆଜି ୭୩ ଟି ହାଇସ୍କୁଲ୍ ରୂପାନ୍ତରଣ ହେବ ବୋଲି କହିଥିଲେ। ଜୁନାଗଡ ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ୫ ଟି ଅଧ୍ୟକ୍ଷଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାରେ ରୂପାନ୍ତରଣ କାର୍ଯ୍ୟ ଅତ୍ୟନ୍ତ ଉଚ୍ଚମାନର ଓ ସନ୍ତୋଷଜନକ ହେବା ସହ ସରକାରୀ ସ୍କୁଲର ଛାତ୍ର ହକି,ବିଜ୍ଞାନ ପ୍ରଦର୍ଶନୀରେ ପାରଦର୍ଶିତା ହାସଲ କଲେଣି ବୋଲି କହିଥିଲେ।ସଭାରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ର, ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର by Proprietor Abhimanyu Maharana September 13, 2026 ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର by Proprietor Abhimanyu Maharana September 13, 2026 ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ by Proprietor Abhimanyu Maharana September 13, 2026 ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା - ପ୍ରକଳ୍ପରେ ଝଲସିଲେ ପ୍ରତିଭା by Proprietor Abhimanyu Maharana September 13, 2026 MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026