ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଦିବ୍ୟ ପାଦୁକା ଯାତ୍ରା

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଭଗବାନ ଶ୍ରୀ ସତ୍ୟ ସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ଆୟୋଜନ କରାଯାଇଛି. ସୂଚନାଯୋଗ୍ୟ, ଶ୍ରୀ ସତ୍ୟସାଇ ସେବା, ଓଡିଶା ତରଫରୁ ଗଜପତି ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଭଗବାନ ଞ୍ଚଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରାଞ୍ଚ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏଥିରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାଦୁକା ଯାତ୍ରା ରଥକୁ ଉଦଘାଟନ କରିଥିଲେ ।

ସ୍ଥାନୀୟ ହିଲଟପ ମହାବିଦ୍ୟାଳୟ ଠାରୁ ରଥର ଶୁଭାରମ୍ଭ ହୋଇ ସମଗ୍ର ମୋହନା ନଗର ପରିକ୍ରମା ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ଭକ୍ତବୃନ୍ଦ ବାବାଙ୍କ ଚରଣ ସ୍ପର୍ଶ ପୂର୍ବକ ଆନନ୍ଦରେ ବିଭୋର ହେବାର ଦେଖିବାକୁ ମିଳିଥିଲା। ଏହି ଯାତ୍ରାରେ ପାରଳାଖେମୁଣ୍ଡି ଶ୍ରୀ ସତ୍ୟସାଇ ସେବା ସମିତିର ଶ୍ରୀ ସୁଦର୍ଶନ ମହାରଣା,ଜିଲ୍ଲା ସେବାଦଳ ସଂଯୋଜକ, ଡକ୍ଟର ସୁନାସିର ମିଶ୍ର, ସମିତି ସଂଯୋଜକ ରଥ ସାରଥୀରୂପେ ବଲାଙ୍ଗୀର ଜିଲ୍ଲାର ସୁଜିତ,

ବାଲେଶ୍ୱର ଜିଲ୍ଲାର ସଚ୍ଚିତାନନ୍ଦ ଭାଇ ତଥା ମୋହନା ସେବା ସଂଗଠନ ତରଫରୁ ଅଧ୍ୟାପକ ଭଗବାନ ବିଶୋୟୀ ଏବଂ ଏସ. ରମେଶ,ଭିକାରୀ ଚରଣ ବେହେରା, ଉଦୟ ସାହୁ,ସକାଳ ଅନୁଷ୍ଠାନର ସଂଯୋଜକ ସନ୍ତୋଷ ଗୌଡ଼, ଶ୍ୟାମ ସୁନ୍ଦର ବେହେରା,ଶିବରାମ ବେହେରା, ଦେବାଶିଷ ଦଳାଇ,ୟୁ. ନାରାୟଣ ପାତ୍ର,ସୁବାସ ବର୍ଦ୍ଧନ,ଜଗନ୍ନାଥ ଗୁରୁଜୀ, ଚନ୍ଦନ ପାଣିଗ୍ରାହୀ ପ୍ରମୁଖ କାର‌୍ୟ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ଶିବରାମଙ୍କ ଗୃହରେ ଶ୍ରୀ ସତ୍ୟସାଇଙ୍କୁ ପ୍ରଶାଦ ଅର୍ପଣ ପୂର୍ବକ ଆଳତୀ ସହ ପାଦୁକା ରଥକୁ ବିଦାୟ ଦିଆଯାଇଥିଲା ।

Exit mobile version