୧୩ ଦଫା ଦାବି ନେଇ ବେଲପଡା ବ୍ଲକ ଘେରାଉ କଲା ଆଦିବାସୀ କଲ୍ୟାଣ ସଂଘ । ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଗୁରୁବାର ବେଲପଡା ବ୍ଲକ ଘେରାଉ କରାଯାଇଛି | ୧୩ଦଫା ଦାବିପତ୍ର ନେଇ ବ୍ଲକ ଘେରାଉ କରାଯାଇଥିବା ବେଳେ ଏଥିରେ ଶତାଧିକ ଆଦିବାସୀ ସାମିଲ ହୋଇଥିଲେ ପ୍ରଥମେ ବେଲପଡା ତାରିଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ ପରେ ଏକ ରେଲି ରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବ୍ଲକ କାର୍ଯ୍ୟାଳୟ ପହଁଚି ଥିଲେ |ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୧୩ ଦଫା ଦାବିପତ୍ର ବେଲପଡା ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ |ଯେଉଁଥିରେ ମନରେଗା ଯୋଜନା ରେ ଅନିୟମିତତା, ରାସନ କାର୍ଡ ରୁ ବଞ୍ଚିତ,ଭତ୍ତା ଦିଆଯାଉନାହିଁ |ନକଲି ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ ବନ୍ଦ ଏବଂ ବାରମ୍ବାର ଆଦିବାସୀ ମାନଙ୍କୁ ଅଣଦେଖା କରୁଥୁବା ନେଇ ସରକାର ଉପରେ ବର୍ଷିଲେ ଆଦିବାସୀ | ପରେ ବେଲପଡା ବିଡ଼ିଓ ରାଜେଶ ମେହେର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ୧୩ ଦଫା ପତ୍ର ପ୍ରଦାନ କରାଯାଇଛି |ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ବେଲପଡା ତହସିଲଦାର ଉପସ୍ଥିତ ଥିଲେ |ଏଥିରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ପାଟଣାଗଡ଼ ଭୂବନେଶ୍ଵର କୁଅଁର ,ବେଲପଡା ବ୍ଲକ ସଭାପତି ରସିକ ଧରୁଆ,ଉପ ସଭାପତି ଧନିରାମ ମିର୍ଧା, ଗୁଣନିଧି ବର୍ଗେ, ଜଗଜୀବନ ଭୋଇ, ଚନ୍ଦ୍ର ଶେଖର ବରିହା, ନାରୀ ନେତ୍ରୀ ଲକ୍ଷ୍ମୀ ଶବର ,ଠଣ ସୁନ୍ଦର ବରିହା , ରାମେଶ୍ଵର ବରିହା , ଆଲୋକ ବୁଡେକ , ଭୀଷ୍ମ ବିଶ୍ୱାଳ, କୃଷ୍ଣ ରାଉତ ପ୍ରମୁଖ ଙ୍କ ସହ ଶତାଧିକ ଆଦିବାସୀ ମହିଲା ପୁରୁଷ ଉପସ୍ଥିତ ଥିଲେ ।

Exit mobile version