ମାର୍ଥା କପ୍ ଉଦଯାପିତ

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଦୁଃଖିଶ୍ୟାମ ମହାପାତ୍ର ମିନି ଷ୍ଟାଡିୟମରେ ମାର୍ଥା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟେ ଉଦଯାପିତ ହୋଇଯାଇଛି। ତୃତୀୟ ସଂସ୍କରଣ ମାର୍ଥା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟେ ୨୦୨୪ ର ଚାମ୍ପିଅନ ଭଳିଆବାଡ଼ି ହୋଇଛି। ଆଜିର ଫାଇନାଲ ମ୍ୟାଚ ରେ ଭଳିଆବାଡି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୯ ରନ କରିଥିବା ବେଳେ  କାଇପଦର ସତ୍ୟପ୍ରିୟ କ୍ରିକେଟ କ୍ଲବ ୧୬୦ ରନ କରି ପରାଜୟ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ଗତ ୨୩ ଜାନୁଆରୀ ଠାରୁ ଆରମ୍ଭ ହୋଇଥିଲା। ଆଠୋଟି ଦଳ ଭାଲିଆବାଡ଼ି, ବାଙ୍କୀ, କାଇପଦର, ଟାଙ୍କୋଳ, ସୁଆଙ୍ଗ, ଗୌରଙ୍ଗପୁରୁ, ଗୁରୁଜଙ୍ଗ ପ୍ରମୁଖ ଟିମ ଭାଗ ନେଇଥିଲେ। ଉକ୍ତ ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେତତ୍ ସଙ୍ଗେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା  ତନୁଜା ପାଟ୍ଟଶାଣୀ, ସରପଞ୍ଚ ପ୍ରମୋଦ ଦଳାଇ , TPCODL କନିଷ୍ଠ ପନ୍ତୀ ସତ୍ୟ ଛାଟୋଇ ଏବଂ ଅରବିନ୍ଦ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଫକୀର ଛୋଟରାୟ ଯୋଗ ଦେଇଥିଲେ। ଖେଳକୁ ଅମ୍ପୟାର  ସମର ସିଂ ଯାଦବ , ଆଲୋକ ଦାସ ପରିଚାଳନା କରିଥିଲେ। ଲିଙ୍ଗରାଜ କ୍ରିକେଟ କ୍ଲବ ର ସଭାପତି ଶ୍ରୀଯୁକ୍ତ ବନବିହାରୀ ମହାପାତ୍ର ସମ୍ପାଦକ ଜୟନ୍ତ ମାର୍ଥା ଏବଂ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ଯାଦବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବେଷ୍ଟ ବ୍ୟାଟ୍ସମ୍ୟାନ୍ ସୁର ଚମ୍ପତି , ବେଷ୍ଟ ବୋଲର ଆସିମ୍ ନନ୍ଦ ଦଳବେହେରା ବିବେଜିତ ହୋଇଥିଲେ।

Exit mobile version