ବିଜେଡ଼ି ଦଳ ପକ୍ଷରୁ ପରିବାର ସମ୍ପର୍କ ପଦଯାତ୍ରା

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ନିର୍ବାଚନ ମଣ୍ଡଳୀର ଗଡମାଣିତିର, ଡିଙ୍ଗର ଓ କୁଞ୍ଜୁରୀ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଆରାଧ୍ୟ ଦେବା ଓ ଦେବୀଙ୍କ ଆର୍ଶୀବାଦ ପରିବାର ସମ୍ପର୍କ ପଦଯାତ୍ରା ଅଭିଯାନ ଶୁଭାରମ୍ଭ ହୋଇଛି । ଏଥିରେ ବିଜେଡି ଦଳର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା,ସାଧାରଣ ସମ୍ପାଦିକା  ଶ୍ରୀମୟୀ ମିଶ୍ର,ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ରାଜେନ୍ଦ୍ର କୁମାର ସାହୁ, ବିଜେଡ଼ି ଦଳର ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ପାତ୍ର,ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ,ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର, ବ୍ଲକ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର,

ବିଜୁ ଛାତ୍ର ଜନତା ଦଳର ମହା ସଚିବ ଇପ୍ସିତା ସାହୁ,ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ବେହେରା, ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ବିରଞ୍ଚି ଜେନା,ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଉପାଧ୍ୟକ୍ଷl ସାବିତ୍ରୀ ମହାପାତ୍ର,ସମସ୍ତ ଜିଲ୍ଲାପରିଷଦ ସଭ୍ୟା ତନୁଜା ପାଟ୍ଟଶାଣୀ, ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ବ୍ଲକ ସ୍ତରୀୟ ମହିଳା ମହାସଂଘର ସଭ୍ଯା ବୃନ୍ଦ, ବିଜୁ ପ୍ରେମୀମାନେ ଓ ମିଶନ ଶକ୍ତି ମହିଳା ଯୋଗ ଦେଇ ଚଳିତ ବିଧାନ ସଭା ନିର୍ବାଚନରେ ଦଳକୁ ସୁଦୃଢ଼ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ  ଜନ ହିତକାରୀ କାର୍ଯ୍ୟକୁ ଜନ ସାଧାରଣଙ୍କୁ ଅବଗତ କରିଥିଲେ ।

Exit mobile version