
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ କୁରାଢ଼ିଲୋ ଗ୍ରାମରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଖୋର୍ଦ୍ଧା ବନଖଣ୍ଡସ୍ଥିତ ବନାଞ୍ଚଳ ଆନୁକୂଲ୍ୟରେ ଓ ରାଜ୍ୟ ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ସୋମବାର ଅପରାହ୍ନରେ ସ୍ଥାନୀୟ ରାଜସ୍ବ ଡାକବଙ୍ଗଳା ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆ ବନପାଳ ପ୍ରିୟଦର୍ଶିନୀ ସେଠୀ ସଭାପତିତ୍ବ କରିଥିଲେ। ଏଥିରେ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି, ବୋଲଗଡ ପରମାନନ୍ଦ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ସ୍ଥାନୀୟ ସରପଞ୍ଚ ଲାବଣ୍ୟ ଜୟସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବ୍ୟାପକ ଜନ ସଚେତନତା ଦ୍ୱାରା ଅସାବଧାନତା ଯୋଗୁ ଜଙ୍ଗଲରେ ସୃଷ୍ଟି ହେଉଥିବା ନିଆଁକୁ ଠିକ ସମୟରେ ଆୟତ୍ତ କରିବା ସହ ପ୍ରଦୂଷଣ ମୁକ୍ତ ବରିବେଶ ଗଠନ କରିବାରେ ସହାୟକ ହେବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ବନରକ୍ଷୀ ଦୀପ୍ତିମୟୀ ପଣ୍ଡା ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ବନପାଳ ବୀରକିଶୋର ନାୟକ ଓ କର୍ମଚାରୀ ଦୁର୍ଗା ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

