ତେଲଙ୍ଗାପେଣ୍ଠରେ ଜିଲ୍ଲା ସ୍ଥରୀୟ ଗାନ୍ଧିଜୀଙ୍କ ସହୀଦ ଦିବସ ପାଳନ  

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :->  ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ସମାଜ କାର୍ଯ୍ୟ କରନ୍ତୁ ବୋଲି କଟକର ନୂତନ ଜିଲ୍ଲାପାଳ ଭିନିତ ଭରଦ୍ୱ।ଜ ଆହ୍ୱାନ ଦେଇଥିଲେ । ଆଜି ଦେଶ ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସହୀଦ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ମଙ୍ଗଳବାର ସକାଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ଥରୀୟ ଶହୀଦ ଦିବସ ସିଏମସିର ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ପାଳନ କରାଯାଇଥିଲା । କଟକର ଜିଲ୍ଲାପାଳ ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଥିବା ନୂତନ ଜିଲ୍ଲାପାଳ , ଭିନିତ ଭରଦ୍ୱ।ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ, ଗାନ୍ଧିଜୀଙ୍କ ନିତି ଆଦର୍ଶକୁ ପାଥେୟ କରି ଯୁବକ ଏବଂ ଜନସାଧାରଣ ଗ୍ରାମର ପରିବେଶକୁ ସ୍ୱଛ ରଖିବା ସହିତ , ଅସହାୟ ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯୁବକ ମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । କଟକ ସଦର ଉପ ଜିଲ୍ଲାପାଳ କମଲ ଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଥିଲା ବେଳେ ସିଏମ ସି ର କୌଣସି ଅଧିକାରୀ କିମ୍ବା ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା । ଯାହାଫଳରେ ଗାନ୍ଧୀ ସ୍ମୃତି ପୀଠରେ ସାଜସଜ୍ଜା ଠିକ୍ ଠାକ ଭାବେ କରା ଯାଇନଥିବାରୁ , ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା ।

ଏହି ଘଟଣା ସଦର ବିଧାୟଙ୍କ ଦୃଷ୍ଟିକୁ ଆସିବାରୁ ଏହାର ସମସ୍ତ କାର୍ଯ୍ୟ ସେ ନିଜେ କରିବେ କହିବାରୁ ଲୋକମାନେ ବିଧାୟକଙ୍କୁ ପ୍ରଶଂସା କରିବା ସହିତ ୪ ଦିନ ଧରି ହେବାକୁ ଥିବା ପଲ୍ଲୀଶ୍ରୀ ମେଳା କାର୍ଯ୍ୟରେ ସହଯୋଗ କରିବେ ଵୋଲି ପ୍ରତିଶ୍ରୁତି ଦେଇଥିଲେ । ବୁଧବାର ସନ୍ଧ୍ୟାରେ ପଲ୍ଲୀଶ୍ରୀ ମେଳା ଉଦଘାଟନ କରାଯିବ , ୪ ଦିନଧରି ପଲ୍ଲୀଶ୍ରୀ ମେଳାର କାର୍ଯ୍ୟ ଅନୁଷ୍ଠିତ ହେବ । ସଦର ବିଧାୟକଙ୍କ ତରଫରୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଆୟୋଜିତ ଉତ୍ସବ ରେ କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର ,

କର୍ପୋରେଟର ମମତା ମହାନ୍ତି, କର୍ପୋରେଟରପୂର୍ଣ୍ଣିମା ସ୍ୱାଇଁ, ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ରାଜକୁମାରୀ ସ୍ୱାଇଁ, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ ଜେନା , ୫୯ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ଞାନରଞନ ସାହୁ, ଅଜିତ କୁମାର ରାଉତ, ସଞ୍ଜୟ କୁମାର ବରାଳ, ୫୮ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ, ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ରଙ୍କ ସମେତ ବହୁ ବିଜେଡିର କର୍ମକର୍ତ୍ତା , ସ୍ଥାନୀୟ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।

Exit mobile version