Home ଓଡ଼ିଶା ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷlନଗର ରଗଡ଼ିପଡ଼ା ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ସତ୍ୟାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତା ଓ ଶିଶିର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାରିମାଳ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୈତିକ ଶିକ୍ଷା ପ୍ରଦାନ ସହିତ ବାପା ମାଆ ମାନେ ଶ୍ରେଷ୍ଠ ଆଚାର୍ଯ୍ୟ ବୋଲି ସମ୍ବୋଧନ କରି ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବେସରକାରୀ ବିଦ୍ୟାଳୟ ର ଗୁରୁଜୀ,ଗୁରୁମା ମାନେ ସ୍ୱଳ୍ପ ବେତନ ରେ ଉନ୍ନତ ମାନର ଶିକ୍ଷାଦାନ କରୁ ଥିବାରୁ ଦିନକୁ ଦିନ ବେସରକାରୀ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ, ପ୍ରଧାନ ଆଚାର୍ଯ୍ୟା ଓ ଗୁରଜୀ ଗୁରୁମା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପାରିମାଳ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ଶ୍ରୀ ବାଙ୍କନିଧି ରାଉତ, କାମାକ୍ଷା ନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଜିରାଳର ଅଧ୍ୟକ୍ଷ ଶ୍ରୀ ସନ୍ୟାସୀ ଗୁରୁଜୀ,ଭୈରିପୁର ସରପଞ୍ଚ ଶ୍ରୀମତୀ ଆରତୀ ରାଉତ, ବୁଢ଼ିବିଲି ସରପଞ୍ଚ ଶ୍ରୀମତୀ ସମ୍ମିତା ସାହୁ, ସମାଜସେବୀ ରଞ୍ଜନ ଦାସ ଭାବେ ଯୋଗଦେଇ ଅନୁଷ୍ଠାନ ର ଉଚ୍ଚ ପ୍ରଶଂସା କରିଵା ସହିତ ଭବିଷ୍ୟତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମିନତୀ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରାରମ୍ଭ ରେ ସମସ୍ତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। Categories: ଓଡ଼ିଶା, ଢେଙ୍କାନାଳ, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026