ପ୍ରେମିକ ଦୁଆରେ ବସିଲା ପ୍ରେମିକା

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ସଦର ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ଅଘଟଣ ! ଗତ କାଲି ଠାରୁ ପ୍ରେମିକ ଦୁଆରେ ବସିଲା ପ୍ରେମିକା ! ଏବେ ନୟାଗଡ଼ ସଦର ଥାନାରେ ଏତଲା ଦେବା ସହ ଥାନାରେ ବସିଛି ! ନୟାଗଡ଼ ସଦର ଥାନା ଅନ୍ତର୍ଗତ ଗୋଳ ଗୋଳା ଗ୍ରାମ ର ଲଷ୍ମଧର ରଥ ଙ୍କ ପୁଅ ଦିବାକର ରଥ ର ଆଜି ଥିଲା ବାହା ଘର କିନ୍ତୁ ସେଠାରେ ତାର ପ୍ରେମିକା ପହଁଚିବା ରୁ ବାହାଘର ବନ୍ଦ ହେଇଗଲା !

ସୂଚନା ମୁତାବକ ଦିବାକର ରଥ କଟକ ନିବାସୀ ବିଶ୍ଵନାଥ ସାହୁ ଙ୍କ ଝିଅ ମିନାକ୍ଷୀ ବାଳା ସାହୁ କୁ ଭଲ ପାଇ ବାହାଘର କରିବାକୁ କହିଥଲାକିନ୍ତୁ ତାକୁ ଧୋକାଦେଇ ଅନ୍ୟ ଆଡେ ପରିବାର ର କଥା ମୁତାବକ ବିବାହ କୁ ରାଜିଥିଲା ! ଆଜି ଭୁବନେଶ୍ଵର ର ପ୍ରେମିକା ପ୍ରେମିକ ଦୁଆରେ ବସିରହିଥିଲା !

ଯୁବତୀ ଙ୍କ କହିବା ମୁତାବକ ଦିବାକର ରଥ ମୋ ସାଙ୍ଗରେ ଦୀର୍ଘ 5ବର୍ଷ ହେଲା ମୋ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିଥିଲା ଓ ମୋତେ ବିବାହ କରିବାପାଇଁ ରାଜି ହେଇ ଥିଲା ସେଥିପାଇଁ ଆମେ ଦୁହେଁ ସାଙ୍ଗ ହେଇ ଗୋଟିଏ କମ୍ପାନୀ ରେ କାମ କରୁଥିଲୁ ! ମୋ ପ୍ରେମିକ ଦିବାକର ଅନ୍ୟ ଆଡେ ବିବାହ ଖବର ପାଇଁ ଆଜି ଗ୍ରାମ କୁ ଆସିଥିଲି ! ଏବେ ତାଙ୍କ ପରିବାର ଲୋକ ମାନେ ସମସ୍ତେ ଫେରାର ହେଇଯାଛନ୍ତି !  

 

Exit mobile version