ବିଜେଡି- ବିଜେପି ମଧୁଚନ୍ଦ୍ରିକା ଚିଟ୍‌ଫଣ୍ଡ ଜମାକାରୀଙ୍କ ଆଶାରେ ଅଡୁଆ ବଢ଼ୁଛି

ଚିଟ୍‌ଫଣ୍ଡ ଦୁର୍ନିତିର ସି.ବି.ଆଇ ତଦନ୍ତ ଉପରେ ସେତେ ଗୁରୁତ୍ୱ ଦେଉନଥିବା କଂଗ୍ରେସ ଅଭିଯୋଗ କରୁଛି ।

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ଚିଟ୍‌ଫଣ୍ଡ ଜମାକାରୀମାନେ ସେମାନଙ୍କର କଷ୍ଟୋର୍ଜିତ ଅର୍ଥ ଫେରିପାଇବାକୁ ଏକାଧିକବାର ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଉନାହାଁନ୍ତି କେବଳ ଅର୍ଥ ଫେରସ୍ତର ବାହାନା ଦେଖାଇ ଚାଲିଛନ୍ତି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ବିଜେଡି ଓ ବିଜେପିର ମଧୁ ଚନ୍ଦ୍ରିକାକୁ ଦାୟୀ କରୁଛି । ବିଜେଡି ସରକାର କେନ୍ଦ୍ରର ଏନ୍‌.ଡି.ଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ସମର୍ଥନ ଦେଇ ଆସୁଥିବା ହେତୁ ଚିଟ୍‌ଫଣ୍ଡ ଦୁର୍ନିତିର ସି.ବି.ଆଇ ତଦନ୍ତ ଉପରେ ସେତେ ଗୁରୁତ୍ୱ ଦେଉନଥିବା କଂଗ୍ରେସ ଅଭିଯୋଗ କରୁଛି ।

ଚିଟ୍‌ଫଣ୍ଡ ଜମାକାରୀଙ୍କ ମଧ୍ୟରୁ କେତେକଙ୍କର ଦେହାନ୍ତ ହୋଇଲାଣି ଆଉ କେତେକ ଅର୍ଥ ଫେରିପାଇବାରୁ ଆଶା ମନରୁ ତୁଟାଇ ଦେଲେଣି ତଥାପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚେତା ଫେରୁନି କି ନିଦ ଭାଙ୍ଗୁନି ବିଜେଡି ଓ ବିଜେପି ମଧ୍ୟରେ କୋଳାକୋଳି ସମ୍ପର୍କ ପାଇଁ ଚିଟ୍‌ଫଣ୍ଡ ଦୁର୍ନିତିର ତଦନ୍ତ ଶିଥିଳ ହୋଇଥିବା ଜଳଜଳ କରି ଦେଖାଯାଉଛି ଯେଉଁଥିପାଇଁ ଜମାକାରୀ ମାନଙ୍କ ମନରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।

ଲୋକଙ୍କ ବିକାଶ କଥାର ଡିମିଣ୍ଡି ପିଟିଚାଲିଥିବା ରାଜ୍ୟ ଓ କେନ୍ଦ୍ର ସରକାର ଜମାକାରୀଙ୍କ କଷ୍ଟୋର୍ଜିତ ଅର୍ଥ ଫେରିପାଇବାର ଆଶାକୁ ଧୂଳିସାତ୍ କରି ଆଦୌ ସମୀଚିନ ନୁହେଁ । କେନ୍ଦ୍ର ସରକାରଙ୍କ ଚାପରେ ଓଡିଶାରେ ସି.ବି.ଆଇ ତଦନ୍ତ ସକ୍ରିୟ ହୋଇପାରୁନି ବୋଲି ବିଭିନ୍ନ ମହଲରୁ ଜୋର୍‌ଦାର୍‌ ଅଭିଯୋଗ ହେଉଛି ।

Exit mobile version