କୁଳାସର ବିଜେଡ଼ିର ସାଂଗଠାନିକ ବୈଠକରେ କାହିଁକି ଆସିଲେନି ବିଧାୟକ : ଆମେ କାହାକୁ ଜଣାଇଁବୁ ଗୁହାରି

କାହିଁକି ଆସିଲେନି ବିଧାୟକ : ଆମେ କାହାକୁ ଜଣାଇଁବୁ ଗୁହାରି – ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ୍ ଉପାଧ୍ୟକ୍ୟ ପ୍ରଭାତ ଦଳବେହେରା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା , ବିଜୁ ପ୍ରେମୀ କର୍ମୀ ମାନଙ୍କୁ ବ୍ୟତିଥ କରି ଥିଲା ।

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚାୟତର ବିଜେଡ଼ି ସଭାପତି ରାମକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ବିଜେଡ଼ି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ କୁଳାସର ଗ୍ରାମ ପଞ୍ଚାୟତର ଏଗାରଟି ୱାର୍ଡ ରୁ ୱାର୍ଡ ମେମ୍ବର, ବରିଷ୍ଠ କର୍ମୀ ଙ୍କୁ ମିଶାଇ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ କର୍ମୀ ମାନଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କର୍ମୀ ମାନେ ନିଜ ନିଜର ଅସୁବିଧାକୁ ବ୍ଲକ୍ ସଭାପତିଙ୍କ ଦୃଷ୍ଠୀ ଗୋଚର କରିଥିଲେ ।

ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ୍ ଉପାଧ୍ୟକ୍ୟ ପ୍ରଭାତ ଦଳବେହେରା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ପଞ୍ଚାୟତ ବିଜେଡ଼ି ସଭାପତି ରାମକୃଷ୍ଣ ପଟ୍ଟନାୟକଙ୍କ ଦ୍ୱାରା କର୍ମୀ ମାନଙ୍କୁ ସୂଚନା ଥିଲା ବେଳେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ୍ ଉପାଧ୍ୟକ୍ଷ ଅନୁପସ୍ଥିତ ପଂଚାୟତର ବିଜୁ ପ୍ରେମୀ କର୍ମୀ ମାନଙ୍କୁ ବ୍ୟତିଥ କରି ଥିଲା । ବ୍ଲକ୍ ସଭାପତି ଓ ପଞ୍ଚାୟତ ସଭାପତିଙ୍କ ନିର୍ଭୀକ ବାଣୀ କର୍ମୀ ମାନଙ୍କ ମନରେ ଆଶାର ସଂଚାର ଭରିବା ସହ କର୍ମୀ ମାନଙ୍କ ମନରେ ଉତ୍ସାହ, ଉଦ୍ଧିପନା ଓ ସାହାସ ଭରି ଦେଇଥିଲା ।

ଆଗାମୀ ଦିନରେ ପଂଚାୟତର ଲୋକାଭିମୁଖୀ ଯୋଜନା ଗୁଡିକର ସୁପରିଚାଳନା ସହ ସାଧାରଣ ଜନତାଙ୍କ କାମ ଗୁଡ଼ିକ ସରଳୀକରଣ ନିମନ୍ତେ ଏଗାରଟି ୱାର୍ଡ ରୁ ଜଣେ ଲେଖାଏଁ କର୍ମୀ , ଉପଦେଷ୍ଠା ଚାରି ଜଣ ,ସଭାପତି, ଉପସଭାପତି ମାନଙ୍କୁ ନେଇ ଏକ ପନ୍ଦର ଜଣିଆ କମିଟି ଗଠନ କରାଗଲା । ଉକ୍ତ କମିଟି ର ଲିଷ୍ଟକୁ ବିଧାୟକଙ୍କ ଅବଗତି ନିମନ୍ତେ ବ୍ଲକ୍ ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ ଦାୟିତ୍ୱ ନେଲେ ।

ଆଗାମୀ ସାତ ଦିନ ମଧ୍ୟରେ କମିଟିର ପ୍ରଥମ ବୈଠକ ଉଭୟ ବ୍ଲକ୍ ଓ ପଞ୍ଚାୟତ ସଭାପତିଙ୍କ ଉପସ୍ଥିତିରେ କରାଯାଇ ଉନ୍ନୟନ କାମ ଗୁଡିକର ସୁପରିଚାଳନା ନିମନ୍ତେ ଯୋଜନା ପ୍ରସ୍ତୁତି କରିବା ପାଇଁ ପ୍ରସ୍ତାବ ରଖା ଯାଇଥିବା ଜଣା ପଡିଛି । ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରଯାଇଥିଲା । ବ୍ଲକ୍ ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀଙ୍କ ଏହା କୁଳାସର ପଞ୍ଚାୟତ କର୍ମୀ ମାନଙ୍କ ସହ ପ୍ରଥମ ବୈଠକ ହୋଈ ଥିଲେବି ସଫଳ ରୂପାୟନ ହେବା ପାଇଁ ସମସ୍ତଙ୍କ ବୁଝାବଣା ଠିକ ଥିଲା ।

ସର୍ବଶେଷରେ ସମସ୍ତେ ବିଗତ ଦିନରେ କାର୍ଯ୍ୟ କଳାପର ଭୁଲ୍ ବୁଝି ପାରିଥିଲେ ଓ ଭବିଷ୍ୟତରେ ସଂଗଠିତ ହୋଈ କାର୍ଯ୍ୟ କରିବା ପାଇଁ ଶପଥ ନେଲେ । କମିଟି ସଭ୍ୟମାନେ ନିଜ ନିଜର ପଦର ମର୍ଯ୍ୟାଦା ରଖିବା ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରି ଖାଦ୍ୟ ଭୋଜନ କରି ସନ୍ଧ୍ୟାରେ ଗୃହକୁ ଫେରିଲେ ।

 

Exit mobile version