ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଞ୍ଚଳିକ କପ୍ ୨୦୨୪ ର ପ୍ରଦର୍ଶନୀ ମ୍ୟାଚ୍ “ଡ୍ର”

ପରସ୍ପରକୁ ଦେଲେ ଗୋଟିଏ ଲେଖାଏଁ ଗୋଲ ଦଶ ହଜାର ରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ଉଭୟ ହିନ୍ଦୁ ମୁସିଲିମ ଭାଈଚାରାର ପ୍ରତୀକ ଆଞ୍ଚଳିକ କପ୍

୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା, ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତୁଳସୀ ବେରେଣା ଖେଳପଡିଆ ରେ ପଂଚାୟତର ଜାମୁସାହି, ତୁଳସୀ ବେରେଣା,ଦେଉଳି, ପାରିଖେତା, ନୁଆପଲ୍ଲି ଶତାଧିକ ଯୁବକ ମାନଙ୍କ ସହଯୋଗରେ ଆଞ୍ଚଳିକ କପ୍ ୨୦୨୪ ର ସପ୍ତମ ଦିବସର ପ୍ରଦର୍ଶନୀ ମ୍ୟାଚ୍ ରେ ମହିଳା ସ୍ପୋର୍ଟସ ହଷ୍ଟେଲ କଟକ ସହିତ ନୀତା ଫୁଟବଲ୍ ଏକାଡେମୀ ଖୁଣ୍ଟୁଣୀ ଜୋରଦାର ଟକ୍କର ହୋଇ ନିତା ଏକାଡେମୀ ଖୁଣ୍ଟୁଣୀ ପ୍ରଥମାର୍ଦ୍ଧରେ କଟକ ମହିଳା ସ୍ପୋର୍ଟସ ହଷ୍ଟେଲକୁ ଗୋଲ ଦେଇ ୧/୦ ଗୋଲରେ ଆଗୁଆ ରହିଥିଲା ବେଳେ ଦିତ୍ୱୀୟାର୍ଦ୍ଧରେ କଟକ ମହିଳା ସ୍ପୋର୍ଟସ ହଷ୍ଟେଲ, ନିତା ଫୁଟବଲ୍ ଏକାଡେମୀ ଖୁଣ୍ଟୁଣୀ କୁ ଏକ ଗୋଲ୍ ଦେଇ ଥିଲା ।

ଫଳ ସ୍ୱରୂପ ଫଳାଫଳ ଡ୍ର ରହିଥିଲା ଉଭୟ ଦଳକୁ ଅତିଥି ମାନେ ପୁରସ୍କୃତ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରିମୟୀ ମିଶ୍ର, ସମ୍ମାନିତ ଅତିଥି ମାନେ ହେଲେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପର୍ଯ୍ୟବେକ୍ଷକ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା କୈଳାଶ ପାତ୍ର,ଡକ୍ଟର ରେବେକା ଭଟ୍ଟାଚାର୍ଯ୍ୟ (ଅଧ୍ୟକ୍ଷା କ୍ରିପଟନ କଲେଜ ଖୋର୍ଦ୍ଦା), ଇଂ ଟୁନିଲତା ନାୟକ (ଉପ ମହାପ୍ରବନ୍ଧକ ଓଡ଼ିଶା ଶକ୍ତି ସମ୍ପ୍ରସାରଣ ନିଗମ ଭୁବନେଶ୍ଵର), ସୁଶ୍ରୀ ରିଷ୍ଣା ମାନ୍ଧାତା( ଅଧ୍ୟକ୍ଷା ଟାଙ୍ଗି ପଞ୍ଚାୟତ ସମିତି), ସଂଘମିତ୍ରା ମହାରଣା (ଶାଖା ପରିଚାଳିକା ଏଚ୍ଚ ଡି ଏଫ୍ ସି ବ୍ୟାଙ୍କ୍, ସମ୍ ହସପିଟାଲ ଶାଖା), ଜୁଲିକା ଦାସ( ସରପଂଚ ରାଧାକାନ୍ତ ପୁର), ବୈତୁଲ ବିବି( କଡଵ ପଂଚାୟତ ସମିତି ସଭ୍ୟା),

ଗୀତାଞ୍ଜଳି ମହାନ୍ତି (ମିଶନ ଶକ୍ତି ସମ୍ପାଦିକା ବୋଲଗଡ ବ୍ଲକ୍), ସରିତା ସାହୁ( ସମାଜ ସେବୀ ଦେଉଳି) ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ କପ୍ କମିଟିର ସଭାପତି ଶେଖ୍ ସାମସୁର ଖାଁ ସମସ୍ତ ଅତିଥି ମାନଙ୍କୁ ବାଜା ବଜାଇ ପାଛୋଟି ଆଣିଥିଲେ। ସଂପାଦକ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ଆହେମଦ୍ ଖାଁ ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, କ୍ରିଡ଼ା ପରିଚାଳକ ଆଲଃହାର ଖାଁ, ଉପଦେଷ୍ଟା ଇଶା ଖାଁ, ଫିଦା ହୁସେନ ଖାନ୍, ରଜନୀକାନ୍ତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଖେଳ କାର୍ଯ୍ୟକ୍ରମକୁ ସୂ ପରିଚାଳନା କରିଥଲେ। ମୁଖ୍ୟ ରେଫରି ସକାବତ ଖାଁ, ସହଯୋଗୀ ରେଫରି ଶିବ ସାମନ୍ତରାୟ, ଶିବ ଦେଉରି, ଏସ୍ ଏମ ବେଗ ପ୍ରମୁଖ ଖେଳକୁ ସୂ ପରିଚାଳନା କରିଥଲେ ।

Exit mobile version