ଶୋକାକୁଳ ପରିବେଶରେ ୩ ଛାତ୍ରୀଙ୍କ ଅନ୍ତିମ ସଂସ୍କାର

୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଗତ ୨୬ ତାରିଖ ରାତ୍ରୀରେ , ଦଶପଲ୍ଲା ବ୍ଲକ୍ ଶାଳଭଂଗା ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଛାତ୍ରୀଙ୍କ ମଧ୍ୟରେ ଦଶପଲ୍ଲା ଟାକରା ଗ୍ରାମର ୮ମ ଶ୍ରେଣୀ ଛାତ୍ରୀ ଅମ୍ରିତା ସାହୁ ଓ ଟାଙ୍ଗିଆପଲ୍ଲି ଗ୍ରାମର ୧୦ ମ ଶ୍ରେଣୀ ଛାତ୍ରୀ ଚିନ୍ମୟୀଙ୍କ ମରଶରୀର ଆଜି ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ହେଲେ ଝିଅଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅମ୍ରିତାଙ୍କ ବାପା ବିଚିତ୍ର ଶିକ୍ଷକତା କରୁଥିବା ବେଳେ ୨ଟି ଝିଅ ମଧ୍ୟରେ ସେ ଭଲ ପାଠପଡ଼େ ବୋଲି କହିଛନ୍ତି। ଏବେ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍‌ରେ ରହି ପଢ଼ୁଥିଲେ। ସେହିଭଳି ପ୍ରାଣ ହରାଇଥିବା ଚିନ୍ମୟୀ ରାଧାମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ସକାଳେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏସ୍‌ପିଏ ବା ଷ୍ଟୁଡେଣ୍ଟ ପୁଲିସ୍ କ୍ୟାଡର୍‌ରେ କମାଣ୍ଡର ଭାବେ ଭାଗ ନେଇଥିଲେ। ଛାତ୍ରୀ ମାନକଂ ଆତ୍ମାର ସଦ୍ଗତି କାମନା ପାଇଁ ସଂଧ୍ୟାରେ ମହାବୀର ମନ୍ଦିରଠାରେ ସମୂହ ପ୍ରାର୍ଥନା କରାଯାଇଛି ।

Exit mobile version