Home ଓଡ଼ିଶା ମଦ ଜବତ କରିବାକୁ ଯାଇ ବନ୍ଧୁକ ଜବତ କଲା ବାଣିଗୋଛା ପୋଲିସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନ୍ୟାୟରେ, ମଦ ଜବତ କରିବାକୁ ଯାଇ ବନ୍ଧୁକ ଜବତ କରିଛି ବାଣିଗୋଛା ପୁଲିସ । ବାଣୀଗୋଛା ଥାନା ଅନ୍ତର୍ଗତ ବୁରୁପାଲୁ ବେହେରା ସାହି ଗ୍ରାମରେ ଗତକାଲି ସଂଧ୍ୟାରେ ପୁଲିସକୁ ଏଭଳି ସଫଳତା ମିଳିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ କହିବା ଅନୁଯାୟୀ, ଗ୍ରାମର ଗୌତମ ବେହେରାଙ୍କ ପୁଅ ନାଭିଦତ୍ତ ବେହେରା ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ସଂଧ୍ୟାରେ ଚଢ଼ଉ କରାଯାଇ ଘର ଯାଞ୍ଚ କରାଯିବା ସମୟରେ ଘରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହାକୁ ଜବତ କରାଯିବା ସହ ତଦନ୍ତ କରାଯାଇଥିଲା । ଯେଉଁଥିରେ ସେ ଦୀର୍ଘଦିନ ଧରି ଘରେ ବନ୍ଧୁକ ରଖିବା ସହ ଜଙ୍ଗଲରୁ ବେଆଇନ୍ ଭାବେ ଶିକାର କରୁଥିବା ଜଣାପଡ଼ିଛି । ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି, ଦଶପଲ୍ଲା ପଶ୍ଚିମାଞ୍ଚଳରେ ଘରେ ଘରେ ଚୋରା ବନ୍ଧୁକ ରହିଥିବା ଅନୁମାନ କରାଯାଉଥିବାବେଳେ,ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜଣାଯାଇଛି । ବନ ବିଭାଗ ଏବଂ ପୁଲିସ୍ ବିଭାଗର ତାଳମେଳ ର ଅଭାବ ଯୋଗୁଁ ଏ ଭଳି ଘଟଣା ଘଟୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଗତ ୧୭ ତାରିଖ ଦିନ ମଧ୍ୟ ବାଣୀଗୋଛା ପୁଲିସ ଦୁଡୁକିପାଜୁ ଗ୍ରାମରେ ଚଢ଼ଉ କରି ଗୁରୁଦେବ ମଳିକଙ୍କଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା । Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ପଶ୍ଚିମ ଓଡ଼ିଶାରେ ସୌର ଶକ୍ତିର ପ୍ରସାର ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ‘ସୋଲାର ରଥ’ର ଶୁଭାରମ୍ଭ କଲେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ by Proprietor Abhimanyu Maharana September 17, 2026 Hon’ble MP Dharmendra Pradhan Flags Off TPWODL’s ‘Solar Rath’ to Accelerate Rooftop Solar Adoption in Western Odisha by Proprietor Abhimanyu Maharana September 17, 2026 ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026