ଆମଣ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଠାରେ ଆଜି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ସଭା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରପଞ୍ଚ ମାନସୀ ପୃଷ୍ଟି ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ବିଜେଡ଼ି ସଭାପତି ବିପ୍ର ଚରଣ ଭୋଳ ସଭା କାର୍ଯ୍ୟକୁ ସଞ୍ଚାଳନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜନହିତକର କାର୍ଯ୍ୟ କରି ଆସୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ବିଏସକେୱ।ଇ କାର୍ଡ଼ ପାଇ ବିଭିନ୍ନ ଚିକିତ୍ସାର ସୁଯୋଗ ପାଇ ପାରୁଛନ୍ତି ।

ସେହିପରି ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୁଣ ସହାୟତା ଯୋଗାଇ ଦେବା, ମୋ ସ୍କୁଲ ଓ ମୋ କଲେ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଠାରୁ ଯୁବକ ମାନଙ୍କୁ କ୍ରୀଡା ମାଧ୍ୟମରେ ଆଗକୁ ନେବା ବିଭିନ୍ନ କାର୍ଯ୍ୟ କରିପାରିଛନ୍ତି ବୋଲି କହିଥିଲେ ।

ଏହି ସଚେତନତା ସଭାରେ ସଦର ବ୍ଲକ ଏବିଡିଓ ଝାଡେଶ୍ୱର ଦାସ , ୪ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ , କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସଂପର୍କରେ ମତ ରଖିଥୀଲେ ।

ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ଆଶାଦିଦୀ, ମିଶନ ଶକ୍ତି, କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Exit mobile version