୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ,ମାନସିକ ଅନଗ୍ରସର ଓ ମତିଷ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ପବିତ୍ର ଉଚ୍ଛବ ରେ ଗଞ୍ଜାମ ର ରମ୍ଭା ଅଞ୍ଚଳର ବାସିନ୍ଦା ଯଥା-ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଙ୍କ ଅବସରପ୍ରାପ୍ତ ଅଧସ୍ତନ କର୍ମଚାରି ଶ୍ରୀ ଅଶୋକ କୁମାର ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ପତାକା ଉତ୍ତଳନ କରିଥିଲେ ।
