ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ  

୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ଼ :-> ପାଟଣାଗଡ଼ ପ୍ରଶାସନ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦୀବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବିଭିନ୍ନ ଛକ ସମେତ କାର୍ଯ୍ୟଳୟ ମାନଙ୍କ ରେ ଥିବା ମହାପୁରୁଷ ମାନଙ୍କୁ ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠି ମାର୍ଲ୍ୟପଣ କରିଥିଲେ ।

ପରେ ଉପଖଣ୍ଡ ଡାକ୍ତର ଖାନା କୁ ଯାଇ ସମସ୍ତ ରୋଗୀ ମାନଙ୍କୁ ଫୁଳ ବଣ୍ଟନ କରିବା ପରେ ପରେ ସକାଳଘ ୮.୩୦ମି ରେ ଖେଳ ପଡିଆ ଠାରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସ୍କୁଲ ର କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ୟାନ୍ୟ ପ୍ରତିଯୋଗୀ ମାନଙ୍କ ମଧ୍ୟ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପାଟଣାଗଡ଼ ବିଡିଓ ସୁମନ୍ତ ମିଞ୍ଜ, ତହସିଲଦାର ରୁଦ୍ରନାରାୟଣ ନାଏକ ,

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ,ଅତିରିକ୍ତ ଜିଲ୍ଲାପାଳ ଆଶିଷ ଏକ୍କା , ଅତିରିକ୍ତ ତହସିଲଦାର ଅର୍ଜୁନ ମାଝି ,ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାସ ,ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର ,ଏସଡିପିଓ ଜ୍ୟୋତିମୟ ଭୁକ୍ତା ,ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ସମେତ ସମସ୍ତ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାପରେ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଜେଲ ପରିଦର୍ଶନ କରିବା ସହ ଜେଲ ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରିଥିଲେ ।

Exit mobile version