Home ଓଡ଼ିଶା ନୂଆ ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ ଉଦ୍ଘାଟିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଶୀତକାଳୀନ ଖେଳ -୨୦୨୪ ଆରମ୍ଭ, ଆନ୍ତ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ୨୭ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଏକ ନୂତନ “ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ” ଉଦ୍ଘାଟିତ କରାଯାଇଛି। ଏହି ନୂତନ “ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ” କୁ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ହେଚ୍ ଏସ ବାଜୱା ଏବଂ ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର,ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତି ରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଦ୍ୱାରା “ଶୀତକାଳୀନ ଖେଳ-୨୦୨୪” ମଧ୍ୟ ଉଦ୍ଘାଟିତ ହୋଇଯାଇଛି। ଯେଉଁଥିରେ, ବିଭିନ୍ନ ବୟସ ବର୍ଗର ରେଳ କର୍ମଚାରୀଙ୍କ ଏଵଂ ତାଙ୍କ ୱାର୍ଡ ଗୁଡିକ ପାଇଁ ବ୍ୟାଡମିଣ୍ଟନ୍, କ୍ୟାରମ୍,ଚେସ୍, ଲନ୍ ଟେନିସ୍ ଇତ୍ୟାଦି ବିଭିନ୍ନ ପ୍ରକାର ଇନଡୋର ଏବଂଆଉଟଡୋର ଖେଳ ଅନୁଷ୍ଠିତ ହେବ। ମଣ୍ଡଳର ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତଃ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ନାମେଣ୍ଟ ଆୟୋଜିତ ହେବ।ସମସ୍ତ ଟୁର୍ନାମେଣ୍ଟ ୨ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ କ୍ରୀଡ଼ା ସଚିବ ଏମ ଡି ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧାରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି। Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026