ଅନ୍ ଲାଇନ୍ ରୁ ସାମଗ୍ରୀ କିଣି ଯୁବକ ହଟହଟା

୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା :-> ସମ୍ପ୍ରତି ଡିଜିଟାଲ ଯୁଗରେ ବିଭିନ୍ନ ସାମଗ୍ରୀର ଉତ୍ପାଦକ କଂପାନୀ ମାନେ ସେମାନଙ୍କ ର ନେଟୱର୍କ ବଢାଇ ଚାଲିଥିବା ବେଳେ ସାଧାରଣ ନୀରିହ ଖାଉଟି ଟିଏ କିଭଳି ବୈଷୟିକ ତ୍ରୁଟି ହେତୁ ହଟହଟା ର ସମ୍ମୁଖୀନ ହେଉଛି ତାର ନଜିର ମିଳୁଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧୀନ ସ୍ଥ ଏକ ଘଟଣାରୁ। ଘଟଣାରୁ ପ୍ରକାଶ ଯେ, ନାଚୁଣୀ ଥାନା ଅନ୍ତର୍ଗତ ବଡପଦର ଗ୍ରାମର ନିରଞ୍ଜନ ବରାଳ ଅନ୍ ଲାଇନରେ ଫିଲ୍ପକାର୍ଟ କଂପାନୀ ମାଧ୍ୟମରେ ରିଆଲ୍ ମ୍ ଉତ୍ପାଦିତ ଏକ ସ୍ମାର୍ଟ ଫୋନ୍ ଖରିଦ କରି ବ୍ୟବହାର କରୁଥିଲେ ।

ଏ ସମ୍ପର୍କିତ ସାମଗ୍ରୀ ବିକ୍ରି ର ବୈଧ କାଗଜପତ୍ର ଏବଂ ପରିବହନ କମ୍ପାନୀର ପ଼୍ୟାକେଟ୍ ମଧ୍ୟ ପାଇ ତାହା ସୁରକ୍ଷିତ ଅବସ୍ଥାରେ ସାଇତି ରଖିଥିଲେ । ଏହା ଦୁଇବର୍ଷ ତଳର ଘଟଣା। ମାତ୍ର ହଠାତ ଏହି ନମ୍ବର ରେ ଥିବା ମୋବାଇଲ ଚୋରି ଅଭିଯୋଗକ୍ରମେ ଉତ୍ତର ପ୍ରଦେଶ, ଝାନ୍ସୀ ର ଜି ଆର୍ ପୋଲିସ୍ ନାଚୁଣୀ ପୋଲିସ ସହାୟତା ରେ ବଡପଦର ଗ୍ରାମକୁ ଯାଇ ମୋବାଇଲ କ୍ରେତା ନିରଞ୍ଜନ ଙ୍କୁ ସ୍ଥାନୀୟ ଥାନାକୁ ନେଇ ପଚରାଉଚରା କରିଵା ସହ ମୋବାଇଲ ଖରିଦ ସମ୍ପର୍କିତ ରସିଦ ଏବଂ କାଗଜ ପତ୍ର ଦର୍ଶାଇବାକୁ ବାଧ୍ୟ କରିଥିଲା ।

ନିରଞ୍ଜନ ଦୁଇ ବର୍ଷ ତଳର ରସିଦ ଓ କାଗଜପତ୍ର ସାଇତି ରଖିଥିବାରୁ ପୋଲିସର ରେ ତାହା ଉପସ୍ଥାପନ କରି ଥିଲେ, ନଚେତ କାଗଜପତ୍ର ଦେଖାଇ ପାରି ନଥିଲେ ସେ ପୋଲିସ କାର୍ଯ୍ୟାନୁଷ୍ଠାନ ର ଶିକାର ହେଇଥାନ୍ତେ। ଏଠାରେ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ କମ୍ପାନୀ ସେହି ନମ୍ବର ର ସାମଗ୍ରୀ ବିକ୍ରି କରିସାରି ପୁଣି ତାହା ଚୋରୀ ହେଵାର ଅଭିଯୋଗ କେତେ ଦୂର ସମିଚୀନ ? ଯଦି ବୈଷୟିକ ତ୍ରୁଟି କିମ୍ବା କମ୍ପାନୀର ପରିଚାଳନା ତ୍ରୃଟି ଯୋଗୁଁ ଏହା ଘଟିଥାଏ ତେବେ ସାଧାରଣ ଖାଉଟି କୁ ଆଇନ୍ ପରିସରକୁ ନେଇ

ତାର ଖାଉଟି ଅଧିକାର କୁ ହନନ କରିବା ମାନବିକ ଅଧିକାର ହନନ ସହ ସମାନ ନୁହେଁ କି?ଏହି ପରିପ୍ରେକ୍ଷୀରେ ସମସ୍ତ ଅନ୍ ଲାଇନ୍ ଖରିଦ ଦାତା ମାନଙ୍କ ପାଇଁ ଏହା ଏକ ଉଦାହରଣ , ଏଭଳି ଜିନିଷ ଖରିଦ୍ କରିବା ବେଳେ ବିକ୍ରେତା କମ୍ପାନୀର ରସିଦ ଓ ପରିବହନ କମ୍ପାନୀର କାଗଜପତ୍ର ସାଇତି ରଖନ୍ତୁ,ନ ହେଲେ ଏଭଳି ମନୁଷ୍ୟ କ୍ରୃତ ଅଥବା ସାଇବର କ୍ରାଇମ ର ଶିକାର ହେଵାର ସମ୍ଭାବନା କୁ ଏଡାଇ ହେବ ନାହିଁ।

Exit mobile version