ଚିଲିକାରେ ବୁଡି ଡ଼ଙ୍ଗା ଚାଳକ ମୃତ

୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :-> ଚିଲିକାରେ ବୁଡି ଡ଼ଙ୍ଗା ଚାଳକ ମୃତ l ମୃତକ ହେଲେ ବାଲୁଗାଁ ସମନ୍ତରାପୁର ଗ୍ରାମର ଅଭି ଦୁହୁଡିଙ୍କ ପୁଅ କାହ୍ନ| ଦିହୁଡି( 30 ) l ସୂଚନା ମୁତାବକ ଆଜି ଶୁକ୍ରବାର ସକାଳେ ମାଛମରା ଡ଼ଙ୍ଗା ନେଇ କାହ୍ନl କଂସାରୀ ନଈରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଡିଜେଲ ନେଇ ମେସିନ ଡ଼ଙ୍ଗାରେ ଯାଉଥିଲେ l

ବାଲୁଗାଁ ଜେଟି ଓ କଳିଯୁଗେଶ୍ଵର ପାହାଡ଼ ମଝି ଚିଲିକାରେ କୌଣସି କାରଣ ଯୋଗୁଁ ଡ଼ଙ୍ଗାରୁ ଖସିପଡ଼ିଥିଲେ କାହ୍ନ| | ଡ଼ଙ୍ଗା ମେସିନ ଫ୍ୟାନରେ ଲାଗିଯିବାରୁ ପାଣି ଭିତରୁ ବାହାରି ନପାରି ମୃତ୍ୟୁ ବରଣ କରିଥିଲେ | ଚିଲିକାରେ ଡ଼ଙ୍ଗା ଟିରେ କୌଣସି ଲୋକ ନଥାଇ ଭାସୁଥିବାର କିଛି ଲୋକ ଦେଖିବା ପରେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବାଲୁଗାଁ ଡାକ୍ତର ଖାନାକୁ ଆଣିଥିଲେ |

ଡାକ୍ତର ତାଙ୍କୁ ଦେଖିଲା ପରେ ମୃତ ଘୋଷଣା କରିଥିଲେ l ମୃତକ କାହ୍ନ| ଜଣେ ରୀତିମତ ଡ଼ଙ୍ଗା ଚାଳକ ଥିଲେ l ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Exit mobile version