ବାର୍ଷିକ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫ ପ୍ରଦାନ

୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲା :-> ରାମେଶ୍ବର ସରକାରୀ ଉଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଆଜି ଦେଶପାଳୁଛି ସ୍ବାଧିନତା ର ୭୫ ତମ ଗଣତନ୍ତ୍ର ଦିବସ ଏହି ପବିତ୍ର ଦିବସ ଅବସରରେ ରାମେଶ୍ବର ଉଚ ପ୍ରଥମିକ ଵଇଦଳୟ ରେ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଆଲୁମୁନି କମିଟି ପକ୍ଷରୁ ସଭାପତି ଚକ୍ରଧର ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ରବିନ୍ଦ୍ର କୁମାର ସାହୁ ଯୋଗଦେଇ ଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବୀ,

ସମ୍ମାନିତ ଅତିଥି ଭାବେ ରାମେଶ୍ବର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ଜଗଦେବ, ବିଶିଷ୍ଟ ଅତିଥି ଭାବେ ଵୀରଵର ହୋତା ଚିତ୍ତରଞ୍ଜନ ଦାସ, ହରିସଙ୍କର ହୋତା, ରାକେଶ କୁମାର ତ୍ରିପାଠୀ , ଉପସ୍ଥିତ ରହି ଆୟୋଜିତ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଖେଳଓ ଶିକ୍ଷା ଉପରେ ଏକ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା

ଏହି ଅବସରରେ ମୁଖ୍ୟ ଅତିଥି ଦ୍ଵାରା ଏକ ବାର୍ଷିକ ପତ୍ରିକା ,ଅନୁରାଗ, ଉନ୍ମୋଚିତ କରାଯାଇଥିଲା। ବିଦ୍ୟା ଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ପଟ୍ଟନାୟକ, ଦୀପ୍ତି ରଞ୍ଜନ ପାଇକରାୟ, ଶ୍ରୀଯୁକ୍ତ ରଞ୍ଜିତ କୁମାର ଜଗଦେବ, ବିଶ୍ଵ ରଞ୍ଜନ ଦାସ,ଏସ ଏମସିର ସମସ୍ତ କର୍ମକର୍ତ୍ତା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Exit mobile version