ଜାଗ୍ରୃତିକା ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ

୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା  :->  ନାଚୁଣୀ ସ୍ଥିତ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ଜାଗ୍ରୃତିକା ପକ୍ଷରୁ ୭୫ତମ ସାଧାରଣ ତନ୍ତ୍ର ଦିବସ ନାଚୁଣୀ,ଭଵାନୀପୁର ସ୍ଥିତ କବି କୁଟୀର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେଅନୁଷ୍ଠାନ ର ସମସ୍ତ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହାପରେ ସେହି ଠାରେ ଗଣତନ୍ତ୍ର ଦିଵସର ତାତ୍ପର୍ଯ୍ୟ ଓ ସାମ୍ପ୍ରତିକ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଏକ ଵୈ।ଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଉପଦେଷ୍ଟା ବାଗ୍ମୀ ରାମଚନ୍ଦ୍ର କର, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ,ଶରତ ଚନ୍ଦ୍ର ପାତ୍ର,

ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ,କବି ଶିବ ପ୍ରସାଦ ତ୍ରିପାଠୀ, ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର,ଗୀତା ବିଶାରଦ ଶରତ କୁମାର ହରିଚନ୍ଦନ,ସୁରେଶ ହୋତା, ପୁରୁଷୋତ୍ତମ ମିଶ୍ର,ବେଣୁଧର ସାହୁ, ପ୍ରାକ୍ତନ ଏଵିଡିଓ କାଳୁ ଚରଣ ସାମନ୍ତରାୟ ପ୍ରମୁଖ ଭାଗ ନେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ୟଙ୍ଗ କବି ସ୍ବର୍ଗତ ଗୋଦାବରୀଶ ମହାପାତ୍ର ଙ୍କ କବିତା ଜାନୁଆରୀ ଛବିଶି ଆବ୍ରୃତ୍ତି ସହ ଧନ୍ୟବାଦ ପ୍ରଦାନ କରିଥିଲେ ଭିକାରୀ ଚରଣ ପ୍ରଧାନ।

Exit mobile version