ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ “ଜାତୀୟ ଭୋଟର ଦିବସ” ପାଳିତ

୨୫ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ନିର୍ବାଚନ ସଚେତନତା ସୃଷ୍ଟି କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ, ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ “ଜାତୀୟ ଭୋଟର ଦିବସ” ପାଳନ କରାଯାଇଛି। ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍ ଏସ୍ ବାଜୱା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ, “ଭୋଟରଙ୍କ ପ୍ରତିବଦ୍ଧତା”ର ଶପଥ ପାଠ କରାଇଥିଲେIପ୍ରତ୍ୟେକ ନିର୍ବାଚନରେ ନିର୍ଭୟରେ ଏବଂ ଧର୍ମ,ଜାତି, ସମ୍ପ୍ରଦାୟ,ଭାଷା କିମ୍ବା କୌଣସି ପ୍ରବୃତ୍ତି ଦ୍ୱାରା ପ୍ରଭାବିତ ନହୋଇ, ନିର୍ବାଚନରେ ଭୋଟ୍ ଦେବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ଷ୍ଟେସନ ମାନଙ୍କରେ ମଧ୍ୟ କର୍ମଚାରୀ ମାନେ ଜାତୀୟ ଭୋଟର ଦିବସ ପାଳନ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ଶ୍ରୀ ଆର୍ ଏନ ଏ ପରିଡ଼ା ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ।

Exit mobile version