ଭୁବନ ମହିଳା ମହାବିଦ୍ୟାଳୟରେ ଜାତୀୟ ଭୋଟର ଦିବସ ପାଳିତ ” ସୁସ୍ଥ ଓ ମଜବୁତ ଗଣତନ୍ତ୍ର ପାଇଁ ଭୋଟ ଦେବା ନିହାତି ଆବଶ୍ୟକ”

୨୫ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ଭୁବନ :-  ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୧୪ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଓ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡକ୍ଟର ମମତା ପାତ୍ର ୧୪ତମ ଜାତୀୟ ଭୋଟର ଦିବସ ଆମକୁ ନିରପେକ୍ଷ ଭୋଟର ହେବାକୁ ପ୍ରେରଣା ଦେବା ସହ ଏକ ଦାୟିତ୍ଵ ସମ୍ପନ୍ନ ନାଗରିକର କର୍ତ୍ତବ୍ୟ ସମ୍ବନ୍ଧ ରେ ଅବଗତ କରାଉଛି ବୋଲି ଦର୍ଶାଇ ଥିଲେ।ଅନ୍ୟତମ ବକ୍ତା ଡ ନମିତା ଦାସ କହିଥିଲେ ଯେ , ଏକ ସଶକ୍ତ ରାଷ୍ଟ୍ର ପାଇଁ ଭୋଟ ଦେବା ଅଧିକାର କୁ ଭୋଟ ଦେଇ ସାବ୍ୟସ୍ତ କରି ବାକୁ ପଡ଼ିବ। ଅଧ୍ୟକ୍ଷ ଦିଲ୍ଲୀପ ଦାସ “ସୁସ୍ଥ ଓ ମଜବୁତ ଗଣତନ୍ତ୍ର ପାଇଁ ଭୋଟ ଦେବା ନିହାତି ଆବଶ୍ୟକ” ବୋଲି ମତବ୍ୟକ୍ତ କରିବା ସହ ନିରପେକ୍ଷ ଭୋଟ ଦେବା ପାଇଁ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ପରିଶେଷରେ ଯୁବ ରେଡକ୍ରସ କାଉନସେଲର ଅନୁପମା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version