Home ଓଡ଼ିଶା ଗଜପତି ଜିଲ୍ଲା ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଜୀବା ଠାରେ କିଶୋରୀ ବାଳିକା ମେଳା ଅବସର’ରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୫ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକର ଜୀବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷ’ରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର’ରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।କିଶୋରୀ ମେଳା ଅବସର’ରେ ଜୀ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ। ଆଇସିଡ଼ିଏସ ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ’ଙ୍କ ସଭାପତିତ୍ବରେ ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକା ମାନେ ପଥଭ୍ରଷ୍ଟ ନ ହୋଇ ନିଜର ସ୍ୱାସ୍ଥ୍ୟ’କୁ ସୁସ୍ଥ ରଖିବା ସହ ଶିକ୍ଷା ଓ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଅଧିକ ଯତ୍ନବାନ ହୋଇ ଜଣେ ଉତ୍ତମ ମା ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଭାରତୀ ପାସୁପୁ ରେଡ଼ି , ଏଏନଏମ: ପ୍ରୀତିଲତା ଗୁରୁ , ପ୍ରଧାନଶିକ୍ଷକ ଶ୍ରୀ ରମାକାନ୍ତ ପଟନାୟକ , ପ୍ରେମ” ସଂସ୍ଥା’ର ମାଷ୍ଟର ଟ୍ରେନର ଶ୍ରୀ ଲାଜର ଲୀମା ଏବଂ ଶିକ୍ଷୟତ୍ରୀ ମଧୁସ୍ମିତା ପରିଛା ପ୍ରମୁଖ ମଞ୍ଚାସିନ ରହି କିଶୋରୀ ବାଳିକା ମାନେ ଆସନ୍ତା ଦିନ ମାନଙ୍କ’ରେ ନିଜକୁ କିଭଳି ସୁସ୍ଥ ରଖିବେ ସେ ଦିଗରେ ଉପାଦେୟ ବିଷୟ ଉପରେ କହିଥିଲେ ।ଏହି ଅବସର’ରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ନୃତ୍ୟ , ସଙ୍ଗୀତ , ଚିତ୍ରାଙ୍କନ , ଦୌଡ଼ି ଡିଆଁ ଏବଂ ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।ଶେଷରେ କିଶୋରୀ ବାଳିକା ମାନଙ୍କ ଉଚ୍ଚତା ଓ ଓଜନ ସହ ରକ୍ତ ହୀନତା ଏବଂ ସିକିଲ ଟେଷ୍ଟ ପ୍ରଭୃତି ପରୀକ୍ଷା କରା ଯାଇଥିଲା ।ଏହି କିଶୋରୀ ମେଳା କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ କହିଛନ୍ତି ଯେ , କିଶୋରୀ ବାଳିକା ମାନେ ସେମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଓ ପୋଷଣତା ଉପରେ ସେମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ , ସମ୍ପୂର୍ଣ ପୁଷ୍ଟି ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ’ରେ ୧୫ ରୁ ୧୯ ବର୍ଷ ବୟସ’ର କିଶୋରୀ ବାଳିକା ମାନେ ବିଭିନ୍ନ ସ୍ୱାସ୍ଥ୍ୟ ଓ ପୋଷଣ ଯୁକ୍ତ ସେବା ଉଚ୍ଚ ମାତ୍ରାରେ କିଭଳି ଉପଲବଧି କରିପାରିବେ ଏବଂ ଏଥିସହ ଗୋଷ୍ଠୀ ସ୍ତରରେ ସେମାନଙ୍କୁ ଚମ୍ପିଆନ ସୃଷ୍ଟି କରାଯିବା ସହ ସମସ୍ତେ ପୋଷଣ’ରେ କିଭଳି ଉନ୍ନତି କରିବେ , ଯାହାକି , କିଶୋରୀ ମାନେ ଉତ୍ସାହ , ଉଦ୍ଦୀପନା ଓ ପ୍ରେରଣା ପାଇ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଗ୍ରହ ହେବେ । ଏହା ଏଭଳି ଏକ ପ୍ଲାଟଫର୍ମ ତଥା ସୁଯୋଗ ଯେଉଁଥିରେ କି କିଶୋରୀ ମାନେ ସେମାନଙ୍କ ଗୁଣାତ୍ମକ ମାନ ପ୍ରତିଭା ଓ ଅନ୍ୟ ଯାହା କୌଶଳ ଦକ୍ଷତା ରହିଛି , ସେ ସବୁ ପ୍ରଦର୍ଶନ କରିବାର ସୁଯୋଗ ପାଇ ପାରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ ଗ୍ରାମର କିଶୋରୀ ବାଳିକା ଓ ଉଚ୍ଚ ବିଦ୍ୟାଳୟର ବାଳିକା’ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ । Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026