ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ : ନୟାଗଡ

୨୪ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ନୟାଗଡ :-> ନୟାଗଡ ସୁଜନ ଗୃହ ରେ ପଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ l ସଂମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ l

ଭୁତଳ ଜଳ ଦିନକୁ ଦିନ କମିବାରେ ଲାଗୁଚି l ବର୍ଷା ର ଅଭାବ ଦେଖା ଯାଉଛି l କମ ଜଳରେ ଅଧିକ କୃଷି ଉତ୍ପାଦନ କରାଯିବ ତାହାଉପରେ କୃଷକ ମାନଙ୍କୁ ବୁଝାଯାଉଛି l ପାଣି ପଂଚାୟତ ମାଧ୍ୟ୍ୟମରେ କୃଷକ ମାନଙ୍କୁ ସଚେତନ କରାଯାଇଛି l ଚଳିତ ମାସ 16 ତାରିଖ ରୁ 30 ତାରିଖ ମଧ୍ୟ୍ୟରେ ପାଣି ପଂଚାୟତ ଦିବସ ପାଳନ ହୋଇଛି l

ଆସନ୍ତା 30 ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଜ୍ଜ୍ୟାପିତ କରିବେ l ଆଜି ବିଭିନ୍ନ ସ୍କୁଲ ପିଲା ମାନଙ୍କ ଦ୍ୱାରା ବକୃତା ପ୍ରତିଯୋଗିତା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ନାଚ ଓ ଗୀତ ମଧ୍ୟ୍ୟମରେ ସଚେତନ କାର୍ଯ୍ୟକ୍ରମ ହୋଇଥିଲା l

Exit mobile version