୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଦଶପଲ୍ଲା : – ଦଶପଲ୍ଲା ର ମହାବୀରକ୍ଷେତ୍ର କୁ ଅତି ଭଲ ପାଉଥିବା ସନ୍ଥ ଶଙ୍କର ପ୍ରସାଦ ଦାସ ଆଉ ନାହାନ୍ତି। ମଙ୍ଗଳବାର ରାତି ୮ଘଣ୍ଟା ସମୟ ରେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରେ ଇହ୍ୟଲୀଳା ସମ୍ବରଣ କରିଛନ୍ତି। ବିଧିର ବିଧାନ ଅନୁଯାଇ , ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳ ରେ ଜନ୍ମ ହୋଇ ଥିଲେ ମଧ୍ୟ କର୍ମଭୂମି ଭାବେ , ଆଧ୍ୟାତ୍ମିକ ମହିମା ବିମଣ୍ଡିତ ମହାବୀରକ୍ଷେତ୍ର କୁ ବାଛି ନେଇଥିଲେ। ରଙ୍ଗ ମାଟିଆ ର ଅନତି ଦୂର ରେ ଥିବା ପାହାଡ ଶିଖର ରେ ଥିଲା ତାଙ୍କ ଆସ୍ଥାନ। ଏହିଠାରେ ଏକନିଷ୍ଠ ସାଧନା ବଳରେ ପ୍ରଭୁ ଶ୍ରୀ ସତ୍ୟବଟ ପୀଠରେ ସର୍ବଦା ସାଧନା ରେ ବ୍ରତୀ ଥିଲେ। ଏହି ସ୍ଥାନ ମହିମା କୁ ସୁଦୂର ପ୍ରସାରି କରି ରାଜ୍ୟ ର ଅସଂଖ୍ୟ ଭକ୍ତ, ଦୁରା ରୋଗୀ ଙ୍କୁ ଆପଣା ର କରିପାରିଥିଲେ।
ନିଜ ର ଅନୁଭୂତି କୁ ପାଥେୟ କରି ପୀଠ ର ମହିମା କୁ ବିଭିନ୍ନ ପତ୍ର ପତ୍ରିକାରେ ସମେତ , ଜନ ଗଣ ଙ୍କୁ ସଚେତନତା ର ବାର୍ତ୍ତା ସମଗ୍ର ଦେଶ ଓ ରାଜ୍ୟ ର ବହୁ ବ୍ୟକ୍ତି ଙ୍କୁ ସଚେତନ କରି ପାରିଥିଲେ। ଦଶପଲ୍ଲା ଭୂମି ଏକ ଦେବଭୂମି ବୋଲି ନିଜ ଲେଖା ମାଧ୍ୟମ ରେ ପରିପ୍ରକାଶ କରିଥିଲେ। ନିଜ ବୃତ୍ତି ପ୍ରାରମ୍ଭ ରୁ ସମୁଦ୍ର କୁଳ କାକଟପୁର ଅଂଚଳରେ ଟ୍ରଲର ବୋଟ ବ୍ୟବସାୟୀ ଥିଲେ। ପରେ ଓଡ଼ିଆ ଫିଲ୍ମ ବାସନ୍ତୀ ଅପା ର ପ୍ରଯୋଜକ ଥିଲେ। ପରେ ଏ ସମସ୍ତ ମାୟା ଜଂଜାଳରୁ ଛାଡ଼ି ଅନ୍ୟ ଏକ ଆଧ୍ୟାତ୍ମିକ ଦୁନିଆ କୁ ଚାଲି ଆସିଲେ। ସତ୍ୟ ବଟ ପୀଠ ଆବିଷ୍କାର କରି ଏହାର ମହକ କୁ ଅନେକ ସ୍ଥାନରେ ପ୍ରଚାର ପ୍ରସାର କରିଥିଲେ ।

