ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୂଲନଖରା ସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୮ ତାରିଖରେ ଆରମ୍ଭ ହୋଇଥିବାନୂଆ ଓ ଯୁବ ଓଡିଶା ନବୀନ ଓଡିଶା ବୁଧବାର ଉଦଯାପିତ ହୋଇଛି । ନୂତନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ଆୟୋଜିତ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବରେ ପ୍ରଥମ ଦ୍ୱିତୀୟ ତୃତୀୟ ହୋଇଥିବା ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କର୍ଯ୍ୟକ୍ରମ ରଥିଲା , ହେଲେ ତାଙ୍କର ଅସୂସ୍ଥତା ପାଇଁ ଉଦଯାପନୀ ଉତ୍ସବରେ ଯୋଗ ଦେଇ ପାରିନଥିଲେ । କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ଚଳଚ୍ଚିତ୍ର ଅଭିନେତା ହିତେସ ଦାଶ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ନବୀନ ସରକାର ନୂଆ ଓ ଯୁବ ଓଡିଶା ମାଧ୍ୟମରେ ବିଭିନ୍ନ କଲେଜର ଉନ୍ନତି ସାଙ୍ଗକୁ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ବିଭିନ୍ନ କଳା, କ୍ରୀଡା କୌଶଳ ନୃତ୍ୟ, ସଂଗୀତ ଲୋକ ଲୋଚନକୁ ଆଣିବା ପାଇଁ ଅର୍ଥ ପ୍ରଦାନ କରୁ ଥିବାରୁଏଭଳି କାର୍ଯ୍ୟ କରିବା ପାଇଁ ବିଭିନ୍ନ କଲେଜ ପାଇଁ ପ୍ରତିବନ୍ଧକ ହୋଇ ରହିନାହିଁ ବୋଲି କହିଥିଲେ । ଛାତ୍ରୀଙ୍କ ପକ୍ଷରୁ ଓଡ଼ଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରା ଯାଇଥିଲା । ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ କ୍ରୀଡା, ନୃତ୍ୟ, ଚତ୍ର କଳାରେ ପ୍ରଥମ , ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ କଲେଜର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାରରେ ସହଯୋଗ କରିଆସୁଥିବା ପ୍ରିଣ୍ଟି ଏବଂ ୱେବ ମିଡ଼ିଆର ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମୋହାନ୍ତି , ରେଣୁପ୍ରିୟା ପଣ୍ଡା , ଅନୁସୂୟା ଆଚାର୍ଯ୍ୟ, ଡ଼କ୍ଟର ପ୍ରଣୟ ବଲରୀ ମୋହାନ୍ତି , ପ୍ରତିଭା ପଟ୍ଟନାୟକ, ଆଶାଲତା ପ୍ରଧାନ, ହେମନ୍ତ କୁମାର ଦାଶ , ଦେବସ୍ମୀତା ମହାପାତ୍ର, ନିରୁପମା ନାୟକ, ହେମନ୍ତ ଦଳାଇ, ଗୌତମ ଦାସ, କ୍ରୀଡା ଶିକ୍ଷକ ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ ଉତ୍ସବରେ ଛାତ୍ରୀଙ୍କ ଅବିଭାବକ ମାନେ ଯୋଇଦେଇ ଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଖୁସି ହୋଇଥିଲେ ।

Exit mobile version