୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ଲଵ୍ଧପ୍ରତିଷ୍ଠ ଓଡ଼ିଆ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କୁ ଆନ୍ତର୍ଜାତୀୟ ନାଟକ ପ୍ରତିଯୋଗିତା ରେ ଥିଏଟର ମୁଭ୍ ମେଣ୍ଟ୍ ପକ୍ଷରୁ ତାଙ୍କର ନିରବଚ୍ଛିନ୍ନ ନାଟ୍ୟ ସାଧନା ପାଇଁ ନାଟ୍ୟ ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଅଛି। ପୂର୍ବରୁ ନାଟ୍ୟ ଶ୍ରୀ, ନାଟ୍ୟରତ୍ନ, ନାଟ୍ୟ ଶିରୋମଣି ଆଦି ବହୁ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଅଛି। ଶ୍ରୀ ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ ହେଲେ ହେଁ ନାଟ୍ୟ ସାଧନା ତାଙ୍କର ନିଶା।୭୦ଵର୍ଷର ଜୀବନ କାଳ ମଧ୍ୟରେ ସେ ଶତାଧିକ
ଓଡ଼ିଆ ନାଟକର ନିର୍ଦ୍ଦେଶନା ଦେବା ସହିତ ୫୦ରୁ ଉର୍ଦ୍ଧ୍ବ ନାଟକର ରଚୟିତା ସେ ନିଜେ। ତାଙ୍କର ବହୁ ନାଟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସ୍ରୃଜନୀ,ଥିଏଟର ମୁଭ୍ ମେଣ୍ଟ୍ ଆୟୋଜିତ ଜାତୀୟସ୍ତରୀୟ ନାଟକ ପ୍ରତିଯୋଗିତା ରେ ଲଗାତର ଭାବେ ପରିବେଷିତ ହୋଇ ଆସୁଛି। ଜଣେ ଜଣାଶୁଣା ଶିଶୁ ସାହିତ୍ୟିକ ଭାବେ ରାଜ୍ୟରେ ତାଙ୍କର ଖ୍ୟାତି ରହିଛି। ବାଲୁଗାଁ ସ୍ଥିତ ଚିଲିକା ସଙ୍ଗୀତ ନାଟକ ଏକାଡେମୀ,
ସରସ୍ବତୀ କଳା ନିକେତନ, ନାଚୁଣୀ ସ୍ଥିତ ଭୂମିକା ନାଟ୍ୟାଚାର୍ଯ୍ୟ ଏବଂ ବାଲୁଗାଁ ବାଣପୁର ଅଞ୍ଚଳର ବହୁ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସେ ନିରବଚ୍ଛିନ୍ନ ଭାବେ ଓଡ଼ିଆ ନାଟକ ପ୍ରଦର୍ଶନ ଜାରି ରଖିଛନ୍ତି। ଚଳିତ ବିଶ୍ଵ ମେଳା ୨୦୨୪ରେ ତାଙ୍କ ରଚିତ କାରୁବାକୀ, ଶର୍ମିଷ୍ଠା, ଯେସାକୁ ତେସା, ଫେରାଇ ଦିଅ ମୋତେ ମୋ ପିଲାଦିନ ଆଦି୪ଟିନାଟକ ପ୍ରତି ଯୋଗିତାରେ ସ୍ଥାନ ପାଇଥିବା ବେଳେ ପ୍ରତ୍ୟେକ ନାଟକକୁ ଏକାଧିକ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି।ଗତ ଡିସେମ୍ବର ୨୫ତାରିଖରେ ଗଞ୍ଜାମ ଜିଲ୍ଲାର ଲଙ୍ଗଳେଶ୍ବର ସ୍ଥିତ ପଲ୍ଲୀ ବିକାଶ ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ନାଟ୍ୟ ଶିରୋମଣି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ତେବେ ଚଳିତ ବର୍ଷ ଥିଏଟର ମୁଭ୍ ମେଣ୍ଟ୍ ଆୟୋଜିତ ବିଶ୍ଵ ନାଟ୍ୟ ମେଳା ଅବସରରେ ତାଙ୍କୁ ନାଟ୍ୟ ଆଚାର୍ଯ୍ୟ ସମ୍ମାନରେ କଟକ କଳାବିକାଶ କେନ୍ଦ୍ର ମଞ୍ଚ ରେ ଵିଚାରକ ମଣ୍ଡଳୀ ଦ୍ଵାରା ସମ୍ମାନିତ କରାଯାଇଅଛି।

