୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ପାରଳାଖେମୁଣ୍ଡି :- ଯୁବପିଢୀଙ୍କ ଭିତରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବା କାର୍ଯ୍ୟର ଭାବଧାରା ଉଦ୍ରେକ କରି ଯୁବଶକ୍ତିକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଭାବେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପଣ୍ଡିଆନ ଆଜି ଯୋଗଦେଇ କହିଛନ୍ତି ଯେ ଯୁବଶକ୍ତି ହେଉଛନ୍ତି ନୂଆ ଓଡ଼ିଶାର ଭବିଷ୍ୟତ । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପରିକଳ୍ପନା ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇ ହୋଇପାରିବ। ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଏହା ସହିତ ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ ।
ଆପଣମାନଙ୍କ ର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି। ଗଜପତି ଜିଲ୍ଲାର ୫ଟି ଅଧୀନରେ ଥିବା ୧୭ ଗୋଟି କଲେଜ କୁ ରୂପାନ୍ତରିତ କରାଯାଉଅଛି ବୋଲି କହିଥିଲେ।ଏହା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଆର.ବିନିଲ୍ କ୍ରିଷ୍ଣା, କମିଶନର ତଥା ଶାସନ ସଚିବ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଓଡ଼ିଶା,ଦକ୍ଷିଣା ଅଞ୍ଚଳ ଆରକ୍ଷୀ ମହା ନିରୀକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ,ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୦ ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୧୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

