ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ କାର ଧକ୍କାରେ ବୃଦ୍ଧ ମୃତ୍ୟୁ

ମୃତ୍ୟୁ ପରିବାରଙ୍କୁ ସାହାର୍ଯ୍ୟ ରାଶିଦେଇ ପାଟିଚୁପ କଲେ ବିଜେଡି ଦଳର କର୍ମୀ

୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ରାମଗିରି ପଞ୍ଚାୟତକୁ ନବୀନ ଓଡିଶା ଅଧ୍ୟକ୍ଷ ପି.କେ ପାଣ୍ଡିଆନ ଗସ୍ତରେ ଆସିଥିଲେ । ପାଣ୍ଡିଆନ ଦେଖିବାପାଇଁ ଆଖ-ପାଖ ଗ୍ରାମ ର ଶହ ଶହ ଲୋକ ଆସିଥିଲେ । ସେହିପରି ରାମଗିରି ନିକଟସ୍ଥ ପରିସଲ ଗ୍ରାମର ସରସ ଆନନ୍ଦ ଏବଂ ତାଙ୍କ ନାତୁଣୀକୁ ଧରି କାଯ୍ୟକ୍ରମ ଦେଖିବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ପରିସଲ ଗ୍ରାମକୁ ଫେରୁଥିବା ସମୟରେ ଗ୍ରାମ ନିକଟରେ ଏକ କାର ସରସଙ୍କ ବାଇକକୁ ଧକ୍କା ଦେଇଥିଲେ ।

ଏହି ଦୁର୍ଘଟଣା ପରେ ସରସ ଦୁର୍ଘଟଣା ସ୍ଥାନରେ ମୃତ୍ଯୁ ବରଣ କରିଥିଲେ । କାର ଚାଳକ ସରସକୁ ପଛରେ ଆସୁଥିବା ଏକ ଡାଲା ଗାଡିରେ ଆଣି ରା,ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ଚାଲିଯାଇଥିଲେ । ଏ ଖବର ପାଇ ପରିବାର ଓ ଗ୍ରାମବାସୀ ଲୋକ ଶୁଣିଲା ପରେ ଦୋଷୀଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଛେଳିଗଡ ରାମଗିରି ରାସ୍ତା ଅବରୋଧ କରିବା ସହ ରା,ଉଦୟଗିରି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରୁ ମୃତ୍ଯୁ ଦେହକୁ ଦାହ ନକରିବା ପାଇଁ ଜିଦ୍ ଧରି ବସିଛନ୍ତି ।

କୌଣସି ମକଦମା ରୁଜୁ ହୋଇନାହିଁ କି କେଉଁ ଗାଡି ଦୁର୍ଘଟଣା ଘଟେଇଛି । ତାହା ମଧ୍ୟ ପୋଲିସ କହିପାରୁନାହାନ୍ତି । ଏ ନେଇ ବିଜେଡ଼ିର ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ, ଅନ୍ତଜ୍ୟାମି ଗମାଙ୍ଗ, ପ୍ରେମା ମାଝୀ, ବ୍ଲକ ସଭାପତି ଭୀମ ପାଇକ, ଏବଂ ଅନ୍ୟ ବିଜେଡ଼ି କର୍ମଚାରୀମାନେ ଏବଂ ମୁର୍ତ୍ୟୁ ପରିବାରର ସଦ୍ୟସମାନଙ୍କୁ ନେଇ ରା,ଉଦୟଗିରି ବ୍ଲକ କାର୍ଯ୍ୟାଳୟର କୋଠରୀ ଭିତରେ ବସି ଏହାର ସମାଧାନ ପାଇଁ ବାଟ ଖୋଜୁଛନ୍ତି ।

Exit mobile version