Home ଓଡ଼ିଶା ଭାରତ ବିକାଶ ପରିଷଦ ନୟାଗଡ ଶାଖାର ନେତାଜୀ ଜୟନ୍ତୀ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ )ନୟାଗଡ :- ଅଦ୍ୟ ଜାନୁୟାରୀ ୨୩ ତାରିଖ, ମଙ୍ଗଳବାରେ ନୟାଗଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତ ବିକାସ ପରିଷଦ ଓ ସୋହମ୍ ସଂଗଠନ ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ମାଟି ତଥା ଭାରତ ମା ର ଦୁଇ ସୁଯୋଗ୍ୟ ପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଭାରତ ବିକାସ ପରିଷଦ ର କାର୍ଯ୍ୟାଳୟ ଠାରେ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ସୁନାମଧନ୍ୟ ସାହିତ୍ୟିକ ଡ଼ଃ. କୈଳାଶ ଚନ୍ଦ୍ର ବାଣ୍ଠ ଓ ସୋହମ୍ ସଂଗଠନ ର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଦୁଇ ମହାପୁରୁଷ ଙ୍କ ଜୀବନୀ ଓ ସ୍ବାଧିନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ । ସୁସାହିତ୍ୟିକା ଡଃ. ସୁକାନ୍ତି ମହାନ୍ତି ସମୀକ୍ଷା କରିଥିବା ବେଳେ ଅଧ୍ୟାପିକା ମିନାକ୍ଷୀ ବାଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଭାରତ ବିକାଶ ପରିଷଦ ଓ ସୋହମ୍ ସଂଗଠନ ର ବରିଷ୍ଠ ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ସର୍ବଶେଷରେ ଜାତୀୟ ସଙ୍ଗୀତ ଗାନ ସହ ସଭସାଙ୍ଗ କରାଯାଇଥିଲା । Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026