ଛତ୍ରପଡ। ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମହାନ୍ ବରପୁତ୍ର ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅନୁଷ୍ଠିତ

୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ବେଗୁନିଆ :- ଛତ୍ରପଡ। ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମହାନ୍ ବରପୁତ୍ର ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସାହ ଉଦ୍ଦୀପନାର ସହ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି ପ୍ରିତିଶ୍ ଵେଉରା, କଳ୍ପନା ପଟ୍ଟଯୋଶୀ, ହୃଷୀକେଶ ସାର୍, ସୂର୍ଯ୍ୟକାନ୍ତ ସାର୍, ଇଙ୍ଗିଡା ମଲ୍ଲିକ, ରଶ୍ମିତା ଦିଦି, ସୁଜାତା ଦିଦି  ପିଲାମାନଙ୍କୁ ଦୁଇ ମହାପୁରୁଷ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ତ୍ରିଲୋଚନ ବାଘ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନେ କଠିନ ପରିଶ୍ରମ କରିବାକୁ ଉଦବୋଧନ ଦେଇଥିଲେ ।

ଅ।ଦ୍ୟଶା, ଗୌରିପ୍ରୀୟା, ଦିପ୍ତିମୟୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସତର ଜଣ ଛାତ୍ରଛାତ୍ରୀ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ସମ୍ପର୍କ ରେ ନିଜର ବକ୍ତବ୍ୟ ରଖିଥିଲେ। ମନ୍ଦାକିନୀ ଦିଦି ମଞ୍ଚ ସଂଯୋଜନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ଗଡମାଣତୀର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସଭାପତିତ୍ଵରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Exit mobile version