ସିପିଆଇ(ଏମ୍)ଦଶପଲ୍ଲା ଲୋକାଲ କମିଟି ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଦଶପଲ୍ଲା :- ନେତାଜୀ ଜୟନ୍ତୀ ଅବସରରେ ଦଶପଲ୍ଲା ଇଲେଭେନ ଷ୍ଟାର୍ କ୍ଳବ୍ ପରିସରରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ସିପିଆଇ(ଏମ) ନେତା ସାଥୀ ଶରତ ବେହେରାଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରିତ ହୋଇ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ନେତାଜୀଙ୍କ ସଂଗ୍ରାମ ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ଆଦର୍ଶରେ ଯୁବ ସମାଜ ଉଦବୁଦ୍ଧ ହେବା ନିମନ୍ତେ ଆହ୍ବାନ ଦିଆଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସିପିଏମ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଲୋକାଲ କମିଟି ସଂପାଦକ ବ୍ରଜବନ୍ଧୁ ପ୍ରଧାନ,ଯୁବ ନେତା ବିପିନ୍ କୁମାର ବାଜୁ, ସୁଶାନ୍ତ କୁମାର ନାୟକ,ପ୍ରକାଶ ମଣ୍ଡଳ, କ୍ଷେତ ମଜଦୂର ନେତା ବିରଞ୍ଚି ନାୟକ ଓ ଶ୍ୟାମ ସୁନ୍ଦର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବି ପ୍ରଫୁଲ୍ଲ କୁମାର ମିଶ୍ର ଓ ଶ୍ରୀଯୁକ୍ତ ଗୌରାଙ୍ଗ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

Exit mobile version