୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତ ଆମ୍ବଝରିସ୍ଥିତ ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ନବ ନିର୍ମିତ ବିଶ୍ଵକର୍ମା ଭବନ ଉଦଘାଟନ ଓ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ବ୍ରହ୍ମକୁମାରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।
ପ୍ରଇଜାପିତା ବ୍ରହ୍ମ କୁମାରୀମାନେ ଏକ ସୁ ସଜ୍ଜିତ ରଥରେ ମୁଣ୍ଡରେ କଳସ ଧରି ବଜାର ,ଗ୍ରାମ ପରିକ୍ରମା କରିଥିଲେ।ଅପରାହ୍ନ ରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ବିଶ୍ଵକର୍ମା ଭବନ ଉଦଘାଟନ ଓ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆଧ୍ୟାତ୍ମିକତା ,ଭକ୍ତି ଏବଂ ଜ୍ଞାନ ବିଷୟରେ କହିଥିଲେ।ସମ୍ମାନୀତ ଅତିଥି ଭାବେ ଦିଲ୍ଲୀ ଓ ଆର୍ ସି ନିର୍ଦ୍ଦେଶକ ରାଜଯୋଗ ପ୍ରସିକ୍ଷିକା ତଥା ବକ୍ତା ରାଜଯୋଗିନୀ ବ୍ରହ୍ମ କୁମାରୀ ଆଶା ଦିଦି, ସବ୍ ଜୋନ ଇନ୍ ଚାର୍ଜ ଭୁବନେଶ୍ଵର ଲୀନା ଦିଦି,ମୁଖ୍ୟ ସଞ୍ଚଳିକା ମୁଖ୍ୟ ସେବା କେନ୍ଦ୍ର ନୟାଗଡ ବ୍ରହ୍ମ କୁମାରୀ ମିନି ଦିଦି,ମୁଖ୍ୟ ସଞ୍ଚାଳିକା ଫରିସ୍ତା ଭବନ ଦଶପଲ୍ଲା ବ୍ରହ୍ମ କୁମାରୀ କୁନି ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ।ଭକ୍ତି ଏବଂ ଜ୍ଞାନ ମଧ୍ୟରେ ପାର୍ଥକ୍ୟ,ସୁଖ ଶାନ୍ତିରେ ରହିବାର ଉପାୟ,ଏ ସଂସାର କୁ ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଉର୍ଦ୍ଧ୍ବ ପ୍ରଜାପିତା ବ୍ରହ୍ମ କୁମାରୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।
