୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଭାରତୀୟ ଜନତା ପାର୍ଟି ନୟାଗଡ ଏକ ଶୋଭାଯାତ୍ରା କରି ଜଗନ୍ନାଥ ମନ୍ଦିର ନିକଟକୁ ଆସି ଅଯୋଧ୍ୟାର ରାମଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ର ସିଧା ପ୍ରସାରଣ ଦେଖିବା ସହିତ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶଧାରୀ ପିଲା ମାନଙ୍କୁ ନେଇକି ପ୍ରତିଯୋଗିତା କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ଲୀଳାମୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ କେବଳ ଅଯୋଧ୍ୟା ନଗରୀ ନୁହେଁ ସାରା ଭାରତ ଓ ଭାରତ ବାହାରେ ଶ୍ରୀରାମ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରିଛି। ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର।ଗାଁ ଗହଳିର ମହିଳାମାନେ ଘର ଦୁଆର ଲିପାପୋଛା କରି ବିଭିନ୍ନ ରଙ୍ଗବେରଙ୍ଗର ଚିତା କୁଟାଇ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ କଳସ ବାଢ଼ି ରାମଲାଲାଙ୍କୁ ପୂର୍ଣ୍ଣ ଅନ୍ତରରେ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି ।
ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡର ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ରଙ୍କ ତତ୍ଵାବଧାନରେ ନୟାଗଡ଼ ରଘୁନାଥ ମନ୍ଦିର(ତ୍ରିନାଥ ଛକ)ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା କରିଥିଲେ। ନୟାଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଆସି ରୁଣ୍ଡ ହୋଇଥିଲେ। ରାମ,ଲକ୍ଷ୍ମଣ ଏବଂ ସୀତା ବେଶଧାରୀଙ୍କ ଏକ ସୁରମ୍ୟ ପ୍ରତିଯୋଗିତା ହୋଇଥିଲା।ଏଥିରେ ଭାଗ ନେଇ ପ୍ରଥମ ସ୍ଥାନରେ ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମପଞ୍ଚାୟତର ଯାତ୍ରା ଇନ୍ଦ୍ରଧନୁ , ଦ୍ୱିତୀୟ ଡ଼ିମିସର ଗ୍ରାମର ନାଟ୍ୟ ପରିଷଦ ଏବଂ ତୃତୀୟ ସ୍ଥାନ
-
1-ରାଉତ୍ତରାପୁର ଗ୍ରାମ ନାଟ୍ୟ ସଂସଦ,
-
2 ଚଣ୍ଡୀବସ୍ତ ନାଟ୍ୟ ସଂସଦ ଏବଂ
-
3- ମାଛିପଡା ଗ୍ରାମ ନାଟ୍ୟ ସଂସଦ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଡକ୍ଟର ସମ୍ବିତ ପାତ୍ର ଉପଢୌକନ ଦେଇ କରମର୍ଦ୍ଦନ କରିଥିଲେ।