Home ଓଡ଼ିଶା ଗାଲାକ୍ସି ଏଆଇ ସହ ଆସିଲା ସାମ୍ସଙ୍ଗ୍ ଗାଲାକ୍ସି ଏସ୍୨୪ ସିରିଜ୍ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩ଟି ଭାରିଆଣ୍ଟରେ ଉପଲବ୍ଧ ୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :- ଭାରତର ଅନ୍ୟତମ ଅଗ୍ରଣୀ କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ୍ ଏହାର ଅଲ-ନ୍ୟୁ ଗାଲାକ୍ସି ଏସ୍୨୪ ସିରିଜ୍ର ବଜାର ପ୍ରବେଶ କରାଇଛି । ପ୍ରତି ଥର ଭଳି ତିନୋଟି ସ୍ମାର୍ଟଫୋନ୍ ଆସିଛି। ସେଗୁଡ଼ିକ ହେଲା ଗାଲାକ୍ସି ଏସ୍୨୪, ଗାଲାକ୍ସି ଏସ୍୨୪ + ଏବଂ ଗାଲାକ୍ସି ଏସ୍୨୪ ଅଲଗା। ଗାଲାକ୍ସି ଏସ୍୨୪ ଏଆଇ ସିରିଜ୍ର ନୂତନ ବୈଶିଷ୍ଟ୍ୟଗୁଡ଼ିକ ଉପରେ ବିବରଣୀ ପ୍ରଦାନ କରି କମ୍ପାନିର ଜେଏସ୍ଏମ୍ ଅଭିନେଶ ସିହ୍ନା, ଜେଡ୍ଏସ୍ଏମ୍ ଅରିନ୍ଦମ ପାତ୍ର ଏବଂ ଏସ୍ପିଡି- ନିର୍ଦ୍ଦେଶକ ଯୋଗେନ୍ଦ୍ର ହଂସ କହିଲେ, ଗାଲାକ୍ସି ଏସ୍ ଫ୍ଲାଗ୍ ସିପ୍ଗୁଡ଼ିକର ପରବର୍ତ୍ତୀ ପିଢ଼ି ହ୍ୟାଣ୍ଡ୍ସେଟ୍ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୈଶିଷ୍ଟ୍ୟଗୁଡ଼ିକ ସହ ଆସୁଛି। ଆନନ୍ଦଦାୟକ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବା ଲାଗି ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ଯୋଡ଼ାଯାଇଛି ।ଗାଲାକ୍ସି ଏସ୍୨୪ ଅଲ୍ଟ୍ରା, ଗାଲାକ୍ସି ଏସ୍୨୪+ ଏବଂ ଗାଲାକ୍ସି ଏସ୍୨୪ର ଉନ୍ମୋଚନ ସହିତ ସାସଙ୍ଗ ଇଲେକ୍ଟ୍ରୋନିକ୍ସ ଏଆଇ ମାଧ୍ୟମରେ ମୋବାଇଲ ବ୍ୟବହାରର ନୂତନ ଅଭିଜ୍ଞତା ପ୍ରଦାନ କରୁଛି। ଗାଲାକ୍ସି ଏସ୍ ସିରିଜ୍ ଏକ ନୂଆ ଯୁଗର ନେତୃତ୍ୱ ନେଉଛି। କିଭଳି ଏକ ମୋବାଇଲ ଡିଭାଇସ୍ ୟୁଜରଙ୍କୁ ସଶକ୍ତ କରିପାରେ, ତାହାର ପରିଭାଷାକୁ ଏହା ସମ୍ପୂର୍ଣ୍ଣ ବଦଳାଇଦେବ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇଣ୍ଟେଲିଜେଣ୍ଟ ଟେକ୍ସଟ ଏବଂ କଲ୍ ଟ୍ରାନ୍ସଲେଶନ୍ ସହିତ ନିର୍ବିଘ୍ନ ଯୋଗାଯୋଗ ସୁନିଶ୍ଚିତ କରିବ । ଏହାସହ ଗାଲାକ୍ଟିର ପ୍ରୋଭିଜୁଆଲ ଇଞ୍ଜିନ ସହିତ ସୃଜନଶୀଳ ସ୍ବାଧୀନତାକୁ ଗାଲାକ୍ସି ଏସ୍୨୪ ସିରିଜ୍ ବହୁଗୁଣିତ କରିବ। ସର୍ଚ୍ଚ ପାଇଁ ଏହା ଏକ ନୂତନ ମାନକ ସ୍ଥିର କରିବ। ଗାଲାକ୍ତି ଉପଭୋକ୍ତାମାନେ ସେମାନଙ୍କ ଚାରିପାର୍ଶ୍ଵରେ ସମଗ୍ର ବିଶ୍ଵକୁ ଆବିଷ୍କାର କରିବାର ଧାରାକୁ ଏହା ବଦଳାଇଦେବ।ଗାଲାକ୍ସି ଏଆଇରେ ଅନେକ ଅଭିନବ ବୈଶିଷ୍ଟ୍ୟ ରହିଛି। ସେଗୁଡ଼ିକ ହେଲା ଲାଇଭ୍ ଟ୍ରାନ୍ସଲେଶନ୍, ଚାଟ୍ ଆସିଷ୍ଟ, ଆଣ୍ଡ୍ରଏଡ୍ ଅଟୋ, ନୋଟ୍ ଆସିଷ୍ଟ, ଟ୍ରାନ୍ସକ୍ରିପ୍ଟ, ଆସିଷ୍ଟ, ସର୍କଲ ଟୁ ସର୍ଚ, ପ୍ରୋଭିଜୁଆଲ ଇଞ୍ଜିନ, ନାଇଟୋଗ୍ରାଫି ଏବଂ ପରିବଦ୍ଧିତ ଡିଜିଟାଲ ଜୁମ୍ ଇତ୍ୟାଦି। ଏ ଅବସରରେ ସାମସଙ୍ଗ୍ ମୋବାଇଲ ଡିଭିଜନ୍ର ସଭାପତି ଟି. ଏମ୍ ରୋହ କୁହନ୍ତି, ସାମସଙ୍ଗ ଏକ ନୂଆ ଯୁଗ ଏବଂ ପରିବର୍ଭନଶୀଳ ଶକ୍ତିକୁ ଉନ୍ମୁକ୍ତ କରିବାକୁ ଚାହେଁ । ଆମେମାନେ ଯାହା କରୁଛୁ ତାହାକୁ ଅଧିକ ମାର୍ଜିତ କରିବା ଏବଂ ଉଚ୍ଚ ଆକାଂକ୍ଷା ଲାଗି ଅନୁମତି ଦେବା ଏହାର Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026