କଟକ ଜିଲ୍ଲା ନିଆଳି ଠାରେ ଅନୁଷ୍ଠିତ ବ୍ଲକ୍ କଂଗ୍ରେସର ସମାବେଶ

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :-> ନିଆଳି ଠାରେ ଅନୁଷ୍ଠିତ ବ୍ଲକ୍ କଂଗ୍ରେସର ସମାବେଶରେ ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ମଲ୍ଲିକ ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । କଂଗ୍ରେସ କମିଟି ସଭାପତି ସୌଭାଗ୍ୟ ବସ୍ତିଆ ଙ୍କ ସଭାପତିତ୍ବରେ ନିଆଳି ଠାରେ ଏକତା ସମାବେଶ ଅନୁଷ୍ଠିତ ହୋଇଅଛି. ଯେଉଁଥିରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ରବିନ୍ଦ୍ରାନଥ ମଲ୍ଲିକ ,

ଶଶିକାନ୍ତ ଲେଙ୍କା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ନିଆଳି ରେ କଂଗ୍ରେସ ବିଜେଡିକୁ କଡା ଟକର ଦେବା ସହ ବର୍ତ୍ତମାନ ନୂଆଗାଁ ସରପଞ୍ଚ ଜ୍ୟୋତିରଂଜନ ମଲ୍ଲିକ ଙ୍କୁ ୨୦୨୪ନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ କରିବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ନେତା ଶ୍ରୀ କାନୁନଗୋ.. । ପ୍ରତି ପଞ୍ଚାୟତ ରେ ବୁଥ ସ୍ତରୀୟ କମିଟି ପ୍ରସ୍ତୁତ କରି ଦଳ କୁ ସୁଦୃଢ କରିଯିବା ବୋଲି ସୂଚନା ଦେଇଛନ୍ତି । 

ଦିନ ଥିଲା ପୂର୍ବରୁ କଂଗ୍ରସର ଗଡ ରୂପେ ନିଆଳି ନିର୍ବାଚନ ମଣ୍ଡଳୀ ପରିଚିତ ଥିବା ବେଳେ ଏବେ ରବି ଓ ପଞ୍ଚାନନଙ୍କୁ ଏକାଠି ମଞ୍ଚରେ ବସି ଥିବାର ଦେଖିବାକୁ ମିଳିଛି । ପୁରୁଣା କର୍ମୀଙ୍କୁ ଆଣି ୨୦୨୪ରେ ପୁରୁଣା ଗଡକୁ ଫେରିବା ଆଶା ରଖିଛନ୍ତି ସେମାନେ , କଗ୍ରେସର ଏ ସମାବେଶ ଦେଖି ବିରୋଧି ଶିବିରରେ କମ୍ପନ ସୃଷ୍ଟି କରିଛି ।

ଆଜିର ଏହି ସମାବେଶ ରେ ଶହ ଶହ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ବହୁଦିନ ଧରି ଏଠାରେ କଂଗ୍ରେସର ନେତୃତ ବିହୀନ ହୋଇ ପଡ଼ି ଥିବାରୁ କଂଗ୍ରେସ କର୍ମୀ ମାନେ କିମ୍ କର୍ତ୍ତବ୍ୟବିମୁଡ ହୋଇପଡ଼ିଥିଲେ।ଆଜିର ଏହି ସମାବେଶରେ ବରିଷ୍ଠ ନେତାମାନେ ଯୋଗ ଦେଇଥିବାରୁ କଂଗେସ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି ।

Exit mobile version