“ମୋ ପରିବାର” ବନ୍ଧୁ ମିଳନ

୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଟଣୀ :- ଖଣ୍ଡୁଆଳ ମନ୍ଦିର ପରିସରରେ “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l “ମୋ ପରିବାର” ସଦସ୍ୟଙ୍କ ଗୃହର ସମସ୍ତ ପରିବାର ସଦସ୍ୟ ବନ୍ଧୁ ମିଳନରେ ଏକତ୍ରିତ ହେବାର ଦେଖିବାକୁ ମିଳିଥିଲା l “ମୋ ପରିବାର” ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପ୍ରଥମେ ନିଜ ପରିବାରରେ ସଂସ୍କାର ଆଣିବା ସହିତ ସମାଜରେ କିଛି ପରିଵର୍ତ୍ତନ ଆଣିବା ପାଇଁ ଏକ ଛୋଟିଆ ପ୍ରୟାଶ କରିବା ପାଇଁ ଆଲୋଚନା ହୋଇଥିଲା l

ପ୍ରଥମେ ସମସ୍ତ ସଦସ୍ୟ ପରିଚୟ ପ୍ରଦାନ କରିଥିଲେ l “ମୋ ପରିବାର”ରେ ସାମିଲ ହେବା ପରେ କଣ ପରିଵର୍ତ୍ତନ ଆସିଛି ଜ୍ୟୋସ୍ନା ରାଣୀ ମିଶ୍ର ପ୍ରକାଶ କରିଵା ସହିତ ଅନ୍ୟ ସଦସ୍ୟ ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ l ସାମ୍ବାଦିକ ଏସ ଭି ଆର ମୂର୍ତ୍ତି “ମୋ ପରିବାର” ନୀତି ବିଷୟରେ ପ୍ରକାଶ କରିଥିଲେ l ଶରତ ପାଇକରାୟ, ସୁଶାନ୍ତ ପଟ୍ଟନାୟକ, ନିରଞ୍ଜନ ପାତ୍ର ଓ ଭାଗ୍ୟଧାର ମହାପାତ୍ର, ମନୋଜ ଜେନା, ଶୁଭ୍ରଂଶୁ କୁମାର, ଭାରତ ମୋହନ ଦାଶ, ମମତା ବେହେରା, ମଧୁମିତା ପାଣି,ନର୍ମଦା ଦୋରା, ସ୍ଵର୍ଣ୍ଣରେଖା ଦାଶ,ସସ୍ମିତା ମହାପାତ୍ର,ଶୁଭଲକ୍ଷ୍ମୀ ସାମନ୍ତରାୟ, ବିଜୟ ଶର୍ମା,ବୁବୁ ସ୍ୱାଇଁ,ସାମ୍ବାଦିକ ସୁରେଶ ମହାରଣା ଉକ୍ତ କାର୍ଯ୍ୟକ୍ରମ ରେ “ମୋ ପରିବାର” ସମସ୍ତ ସଦସ୍ୟ ଯୋଗ ଦେବା ସହିତ ସମସ୍ତ ପରିବାର ସଦସ୍ୟ ସହଯୋଗ କରିଥିଲେ l

Exit mobile version